ଶାହରୁଖ୍ ଖାନଙ୍କ ଘରେ ଶୋକ; ପାକିସ୍ତାନରେ ଭଉଣୀ ନୂର ଜହାଁଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଶାହରୁଖ୍ ଖାନଙ୍କ ଘରେ ଦୁଃଖର ଛାୟା ଖେଳି ଯାଇଛି। ପାକିସ୍ତାନରେ ଶାହରୁଖ୍ ଖାନଙ୍କ ସମ୍ପର୍କୀୟ ଭଉଣୀ ନୂର ଜହାଁଙ୍କ ପରଲୋକ ଘଟିଥିବା ଜଣାପଡିଛି। ଏନେଇ ନୂର ଜହାଁଙ୍କ ସାନ ଭାଇ ମନ୍‌ସୁର ଅହମ୍ମଦ ସ୍ଥାନୀୟ ଏକ ନ୍ୟୁଜ ଚ୍ୟାନେଲକୁ ସୂଚନା ଦେଇ ଏହା ସ୍ପଷ୍ଟ କରିଛନ୍ତି। ନୂର ଜହାଁ ପାକିସ୍ତାନ ପେଶୱାରର କିସ୍‌ସା ଖୱାନୀ ବଜାର ନିକଟରେ ଥିବା ଶାହବଲୀ କତାଲ ଅଞ୍ଚଳରେ ରହୁଥିଲେ। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।

ଶାହରୁଖ୍‌ ଖାନ୍‌ଙ୍କୁ ଭେଟିବା ପାଇଁ ନୂର ଜହାଁ ଦୁଇ ଥର ଭାରତ ଆସିଥିଲେ। ଉଭୟଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା। ୨୦୧୮ରେ ଅବାମୀ ନ୍ୟାଶନାଲ ପାର୍ଟିରୁ ମହିଳା ସିଟରେ ନିର୍ବାଚନ ଲଢି ନୂର ଜହାଁ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ପରେ ନିଜ ନାମାଙ୍କନା ପତ୍ରକୁ ସେ ଫେରାଇ ନେଇଥିଲେ। ଏହା ବ୍ୟତୀତ ତାଙ୍କୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନଥିଲା।

ସୂଚନାଯୋଗ୍ୟ, ୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ବେଳେ ଶାହାରୁଖଙ୍କ ପିତା ମୀର ତାଜ ମୋହମ୍ମଦ ଦିଲ୍ଲୀ ଚାଲି ଆସିଥିଲେ। କିନ୍ତୁ ତାଙ୍କ ଚାଚା ଗୁଲାମ ମୋହମ୍ମଦ ପାକିସ୍ତାନରେ ରହିବାର ନିଷ୍ପତ୍ତି ନେଇଥିଲେ।

Comments are closed.