କୋହଲିଙ୍କ ଚରିତ୍ରରେ ଅଭିନୟ କରିବାକୁ ଶାହରୁଖ୍‌ ଆଗ୍ରହୀ

0

ମୁମ୍ବଇ : ଅତୀତରେ ମିଲଖା ସିଂହ, ମହେନ୍ଦ୍ର ସିଂହ ଧୋନି ଓ ମେରି କମ୍‌ଙ୍କ ଭଳି ଏକାଧିକ କ୍ରୀଡାବିତ୍‌ଙ୍କ ଜୀବନୀ ଉପରେ ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହୋଇସାରିଥିବାବେଳେ ଦର୍ଶକ ମହଲରେ ଏହା ଲୋକପ୍ରିୟତା ଅର୍ଜନ କରିସାରିଛି । ମିଲଖା ସିଂହ ଚରିତ୍ରରେ ଫରହାନ୍‌ ଅଖତାର, ଧୋନିଙ୍କ ଚରିତ୍ରରେ ସୁଶାନ୍ତ ସିଂହ ରାଜପୁତ ଓ ମେରି କମ୍‌ଙ୍କ ଚରିତ୍ରରେ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ନାମୀ ବଲିଉଡ ତାରକା ଅଭିନୟ କରିଛନ୍ତି। ଆଗାମୀ ଦିନରେ ବଲିଉଡ୍‌ରେ ଏହି ଧାରା ଦେଖିବାକୁ ମଧ୍ୟ ମିଳିବ। ଇତିମଧ୍ୟରେ ବଲିଉଡ୍‌ ବାଦଶାହା ଶାହରୁଖ ଖାନ୍‌ ଏ ପ୍ରସଙ୍ଗରେ ମନକଥା ସ୍ପଷ୍ଟ କରିଛନ୍ତି।

ଯଦି ଭବି​‌ଷ୍ୟତରେ ସୁଯୋଗ ମିଳେ, ତେବେ ସେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶାହରୁଖ କହିଛନ୍ତି। ଟାଇମ୍ସ ନାଓ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହରୁଖ୍‌ ଓ ଅନୁଷ୍କା ଶର୍ମା ଯୋଗଦେଇଥିଲେ। ସୁଯୋଗ ମିଳିଲେ କେଉଁ କ୍ରିକେଟରଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ଶାହରୁଖଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କୋହଲିଙ୍କ ନାଁ ନେଇଥିଲେ ଶାହରୁଖ। ଅନୁଷ୍କା ତତ୍‌କ୍ଷଣାତ କହିଥିଲେ ଯେ କୋହଲିଙ୍କ ଚରିତ୍ରରେ ଅଭିନୟ କରିବାକୁ ହେଲେ ଆପଣଙ୍କୁ ଦାଢି ରଖିବାକୁ ପଡିବ। ଶାହରୁଖ୍‌ କହିଥିଲେ ଯେ ହିନ୍ଦୀ ଚଳଚ୍ଚିତ୍ର ’ଜବ୍‌ ହ୍ୟାରୀ ମେଟ୍‌ ସେଜଲ’ରେ ସେ ଦାଢି ରଖିଥିଲେ ଏବଂ କୋହଲିଙ୍କ ଭଳି ଦେଖାଯାଉଥିଲେ।

Leave A Reply