ଦୀର୍ଘଦିନ ପରେ ପୁଣି ନଜର ଆସିବ ଶାହାରୁଖ-କାଜଲଙ୍କ ଯୋଡ଼ି

0

ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନ୍‍ ଓ କାଜଲଙ୍କ ମନୋରମ ଯୋଡ଼ି ପୁଣିଥରେ ପରଦା ଉପରେ ଦେଖିବାକୁ ମିଳିବ। “କୁଛ୍‍ କୁଛ୍‍ ହୋତା ହୈ”, “କଭି ଖୁସି କଭି ଗମ୍‍”, “ମାଇଁ ନେମ୍‍ ଇଜ୍‍ ଖାନ୍‍” ଭଳି ସୁପରିହିଟ୍‍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଯୋଡ଼ି ଆଗକୁ କରଣ ଜୋହରଙ୍କ ଦ୍ୱାରା ନିର୍ମିତ ଏକ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ପୁଣି ନିଜ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି।
ଖବର ମୁତାବକ, କରଣ ଜୋହର ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ସ୍କ୍ରିପ୍ଟ କାମରେ ବ୍ୟସ୍ତ ଅଛନ୍ତିି ଓ ଏ ନେଇ ସେ ଶାହାରୁଖ ଓ କାଜଲଙ୍କ ସହ ଆଲୋଚନା କରିଛନ୍ତି। ବଲିଉଡ଼ର ଏହି ଲୋକପ୍ରିୟ ଯୋଡ଼ି ରାଜ୍‍-ସିମ୍‍ରନ୍‍, ରାହୁଲ-ଅଞ୍ଜଲୀ ପ୍ରମୁଖ ଚରିତ୍ରରେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ କିଣି ସାରିଛନ୍ତି। ୨୦୧୫ ରେ ମୁକ୍ତିଲାଭ କରିଥିବା ଚିଳଚ୍ଚିତ୍ର “ଦିଲ୍‍ୱାଲେ” ରେ ଏହି ଯୋଡ଼ି ଶେଷ ଥର ପାଇଁ ନଜର ଆସିଥିଲେ। ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ଶୀଘ୍ର ଶାହାରୁଖ “ଜିରୋ” ଚଳଚ୍ଚିତ୍ରରେ ଏକ ବାମନ ଭୂମିକାରେ ନଜର ଆସିବେ। ଅପର ପକ୍ଷରେ କାଜଲ ନିକଟରେ ହଲିଉଡ଼ର ଆନିମେଟେଡ଼୍‍ ଚଳଚ୍ଚିତ୍ର “ଇନ୍‍କ୍ରେଡ଼ିବଲ୍‍-୨” ପାଇଁ ନିଜ ସ୍ୱର ଦେଇଛନ୍ତି। ଦେଖିବାର ଅଛି ଦାର୍ଘଦିନ ପରେ କରଣ ଜୋହରଙ୍କ ଭଳି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତାଙ୍କ ଅଧିନରେ କାମ କରିବାକୁ ଯାଉଥିବା ଏହି ଯୋଡ଼ି ପରଦାରେ ତାଙ୍କ ଯାଦୁ ଦେଖାଇ ପାରୁଛନ୍ତି କି ନାହିଁ।

Leave A Reply