କରୋନା ପାଇଁ ବନ୍ଦ ହେଲା ସାହିଦ କପୁରଙ୍କ “ଜର୍ସି”ର ଶୁଟିଂ

ମୁମ୍ବଇ : ବର୍ତ୍ତମାନ ସମୟରେ ସମଗ୍ର ଦେଶ କରୋନା ଭୂତାଣୁ(ଭାଇରସ୍) ଦ୍ୱାରା ପ୍ରଭାବିତ ହୋଇଛି। ବଲିଉଡ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖାଯାଇଛି। କରୋନା ପାଇଁ ଅନେକ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୁଞ୍ଚା ଯାଇଥିବା ବେଳେ ଅନେକ ସିନେମାର ଶୁଟିଂ ମଧ୍ୟ ବନ୍ଦ ହୋଇଯାଇଛି। ଏବେ ଏହି ତାଲିକାରେ ଆଉ ଏକ ଚଳଚ୍ଚିତ୍ର ନାମ ଯୋଡି ହୋଇଛି। ସୂଚନା ଅନୁସାରେ, ସାହିଦ କପୁରଙ୍କ ଫିଲ୍ମ ଜର୍ସିର ସୁଟିଂ ବନ୍ଦ ହୋଇଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ସାହିଦ କପୁର ନିଜେ ଏହି ସୂଚନା ଦେଇଛନ୍ତି।
ସାହିଦ୍ ଟ୍ୱିଟ କରି ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଏହା ଆମର ସାମାଜିକ ଦାୟିତ୍ବ ଯେ କରୋନାକୁ ରୋକିବା ପାଇଁ ଆମ ତରଫରୁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯିବା ଉଚିତ୍। ତେବେ ଏହାକୁ ଦୃଷ୍ଟିରେ ରଖି ଆମେ ଜର୍ସିର ଶୁଟିଂ ବନ୍ଦ କରିଛୁ। ଟିମ୍ ଜର୍ସିର ସମସ୍ତଙ୍କୁ ଘରକୁ ଯାଇ ପରିବାରର ଯତ୍ନ ନେବାକୁ କୁହାଯାଇଛି। ସୁରକ୍ଷିତ ରୁହନ୍ତୁ।
ଉଲ୍ଲେଖ ଯୋଗ୍ୟ, କରୋନା ପାଇଁ ଦିଲ୍ଲୀ, କର୍ଣ୍ଣାଟକ, ଓଡିଶା ଏବଂ କେରଳ ଭଳି ବଡ ସହରରେ ସରକାର ସିନେମା ହଲ୍ ଏବଂ ପ୍ରେକ୍ଷାଳୟ ବନ୍ଦ କରିଛନ୍ତି। ସେହିପରି ଅନେକ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୁଞ୍ଚା ଯାଇଛି। ମାର୍ଚ୍ଚ ୨୪ରେ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ମୁକ୍ତିଲାଭ କରିବାର ଥିଲା, ଯାହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

Comments
Loading...