ପାକିସ୍ତାନକୁ ଜାମ୍ମୁ-କାଶ୍ମୀର ଆବଶ୍ୟକ ନାହିଁ: ଆଫ୍ରିଦ

0

ଲଣ୍ଡନ : ପାକିସ୍ତାନ ସରକାର ଏହାର ୪ଟି ପ୍ରଦେଶକୁ ଚଳାଇବାରେ ଅସମର୍ଥ। ଏପରିସ୍ଥିତିରେ ପାକିସ୍ତାନ ପାଇଁ ଆଉ ଏକ ରାଜ୍ୟ ଜାମ୍ମୁ-କାଶ୍ମୀରର କୌଣସି ଆବଶ୍ୟକତା ନାହିଁ ବୋଲି ଦେଶର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦ କହିଛନ୍ତି। ଲଣ୍ଡନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଫ୍ରିଦ ଦେଇଥିବା ଏପରି ମନ୍ତବ୍ୟ ପୁଣି ଥରେ ତାଙ୍କୁ ବିବାଦ ଘେରକୁ ଟାଣିଛି। ସେ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରକୁ ପାକିସ୍ତାନ କିମ୍ବା ଭାରତ କାହାକୁ ଦିଆଯିବା ଉଚିତ ନୁହେଁ। ଜାମ୍ମୁ-କାଶ୍ମୀରକୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ପ୍ରଦାନ କରାଯିବା ଉଚିତ। ତେବେ ପାକିସ୍ତାନ ପାଇଁ ଜାମ୍ମୁ-କାଶ୍ମୀର ଆବଶ୍ୟକ ନାହିଁ ବା ପାକିସ୍ତାନ ଜାମ୍ମୁ-କାଶ୍ମୀର ଚାହେଁ ନାହିଁ ବୋଲି ଆଫ୍ରିଦ ଦେଇଥିବା ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ପାକିସ୍ତାନବାସୀ ଏହାକୁ ନେଇ ଆଫ୍ରିଦଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଆଫ୍ରିଦଙ୍କ ଏହି ମନ୍ତବ୍ୟକୁ ଭାରତର ପୂର୍ବତନ କ୍ରିକେଟର କପିଲ ଦେବ, ସଚିନ ତେନ୍ଦୁଲକର, ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ଗୌତମ ଗମ୍ଭୀର, ଶିଖର ଧାୱନ ପ୍ରମୁଖ ନାପସନ୍ଦ କରିଛନ୍ତି। ଆଫ୍ରିଦ କହିଛନ୍ତି କାଶ୍ମୀରକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ପ୍ରଦାନ ଦ୍ୱାରା ମାନବିକତା ଉଜ୍ଜୀବିତ ହେବ। ଲୋକମାନଙ୍କୁ ଅଯଥାରେ ପ୍ରାଣ ହରାଇବାକୁ ପଡିବ ନାହିଁ।

Leave A Reply