ଅମିତ ଶାହାଙ୍କୁ ଭେଟିବେ ଶାହିନବାଗରେ ଆନ୍ଦୋଳନରତ ମହିଳା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଶାହିନବାଗରେ ଆନ୍ଦୋଳନରତ ମହିଳାମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ମହିଳାମାନେ ଅମିତ ଶାହାଙ୍କୁ ଆସନ୍ତାକାଲି ଭେଟିବେ ବୋଲି ଜଣାପଡିଛି। କେତେକ ଗଣମାଧ୍ୟମକୁ ସୂଚନାଦେବା ସମୟରେ ଶାହିନବାଗରେ ଆନ୍ଦୋଳନରତ ମହିଳାମାନେ କହିଛନ୍ତି ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ସମୟ ମାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଗୃହମନ୍ତ୍ରଣାଳୟ ପକ୍ଷରୁ କୌଣସି ସମୟ ଦିଆଯାଇନାହିଁ।

କିଛିଦିନ ତଳେ ଅମିତ ଶାହା ଏକ ସଭାରେ କହିଥିଲେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ତାଙ୍କ ସହ କେହି ଭେଟିବାକୁ ଚାହୁଁଥିଲେ ସେ ତାଙ୍କ ସହ କଥାହେବାକୁ ପ୍ରସ୍ତୁତ ଅଛନ୍ତି। ଏହା ଶୁଣିବା ପରେ ଶାହିନବାଗରେ ଆନ୍ଦୋଳନରତ ମହିଳାମାନଙ୍କର ଏକ ଗୋଷ୍ଠି ଅମିତ ଶାହାଙ୍କୁ ଭେଟିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।
ଅନ୍ୟପଟେ ଶାହିନବାଗରେ ଆନ୍ଦୋଳନରତ ମହିଳାମାନଙ୍କର ଏକ ଗୋଷ୍ଠି ଅମିତ ଶାହାଙ୍କୁ ଭେଟିବା ସପକ୍ଷରେ ନାହାନ୍ତି। ସେମାନଙ୍କର କହିବା କଥା ଅମିତ ଶାହା ସେମାନଙ୍କୁ ଆସି ଭେଟିବା ଦରକାର।

Comments are closed.