ଶାହରୁଖ ଖାନଙ୍କ ଗସ୍ତକୁ ବିରୋଧ କରିବ ନାହିଁ କଳିଙ୍ଗ ସେନା

0

ଭୁବନେଶ୍ୱର . –ପୁରୁଷ ହକି ବିଶ୍ୱ କପ୍‌ର ଉଦ୍‌ଘାଟନୀ  ଉତ୍ସବରେ ବଲିଉଡ୍‌ ବାଦଶାହା ଶାହାରୁଖ ଖାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶାହରୁଖଙ୍କ ଗସ୍ତକୁ କଳିଙ୍ଗ ସେନା ବିରୋଧ କରିବ ବୋଲି ଆଗରୁ ଘୋଷଣା କରିଥିଲା। ଶାହାରୁଖରଙ୍କ ଉପରେ କାଳି ଫିଙ୍ଗାଯିବ ବୋଲି ଚେତାବନୀ ଦେଇଥିଲା । ତାଙ୍କର ଅଶୋକ ସିନେମାରେ କଳିଙ୍ଗର ଭୁଲ ଚିତ୍ରଣ କରାଯାଇଥିବା କଳିଙ୍ଗ ସେନା ଅଭିଯୋଗ କରିଥିଲା ।

ମାତ୍ର ଏବେ  କଳିଙ୍ଗସେନା ଶାହାରୁଖ ଖାନଙ୍କ  ଗସ୍ତକୁ ବିରୋଧ କରିବ ନାହିଁ  କି କାଳି ଫିଙ୍ଗିବ ନାହିଁ ବୋଲି ସୂଚନା ଦେଇଛି । ଏପରି କଲେ ଓଡ଼ିଶାର ନାମ ଖରାପ ହେବ ବୋଲି  କଳିଙ୍ଗସେନା ପକ୍ଷରୁ କୁହାଯାଇଛି । ମାତ୍ର ସିନେମାରେ କଳିଙ୍ଗକୁ ଭୁଲ ଚିତ୍ରଣ ପ୍ରସଙ୍ଗରେ ଓଡ଼ିଶା ଲୋକ ତାଙ୍କୁ କ୍ଷମା କରିବେ ନାହିଁ ବୋଲି କହିଛି ।

Leave A Reply