କିଙ୍ଗ୍ ଖାନ୍ ହେବେ ମୋଗାମ୍ବୋ

୧୯୮୭ରେ ଶେଖର କପୁର ନିର୍ଦେଶିତ ଓ ବୋନି କପୁର ପ୍ରଯୋଜିତ ‘ମିଷ୍ଟର ଇଣ୍ଡିଆ’ ସେସମୟର ଅନ୍ୟତମ ସୁପରହିଟ୍ ଚଳଚ୍ଚିତ୍ର ଥିଲା। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଥିଲା, ମିଷ୍ଟର ଇଣ୍ଡିଆ ଓ ମୋଗାମ୍ବୋ। ଏଇ ଦୁଇ ଚରିତ୍ରକୁ ଅନିଲ କପୁର ଓ ଅମରୀଶ ପୁରୀ ବେଶ୍ ଚମତ୍କାର ଭାବେ ଅଭିନୟ କରିଥିଲେ। ମିଳିଥିବା ଖବର ଅନୁସାରେ, ଶୀଘ୍ର ଏହାର ରିମେକ୍ ନିର୍ମାଣ ହେବାକୁ ଯାଉଛି। ଅଲ୍ଲୀ ଅବ୍‌ବାସ ଏହି ଦାୟିତ୍ବ ନେଉଥିବାବେ​‌ଳେ ଏଥରକ ଶାହରୁଖ୍ ଖାନ୍ ଓ ରଣବୀର ସିଂ କାମ କରିବାକୁ ଯାଉଛନ୍ତି। କିଙ୍ଗ୍‌ ଖାନ୍ ଶାହରୁଖ୍ ମୋଗାମ୍ବୋ ଭୂମିକାରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ ଓ ରଣବୀର ହେବେ ମିଷ୍ଟର ଇଣ୍ଡିଆ। ଅଭିନେତ୍ରୀଙ୍କ ନାମ ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ। ଦୁଇ ଅଭିନେତା ଏଥିରେ କାମ କରିବା ଲାଗି ସବୁଜ ସଙ୍କେତ ଦେଇଛନ୍ତି। ଅନ୍ୟପାଖେ ମୁମ୍ବଇରେ ଏହାର ସେଟ୍ ତିଆରି ହେବାକୁ ଯାଉଛି।

Comments are closed.