୨୦୨୦ରେ ପରଦାକୁ ଫେରିବେ ଶାହରୁଖ୍‍: କରୀନାଙ୍କ ସହ ଆସିବେ ନଜର!

ମୁମ୍ବଇ: ବଲିଉଡ କିଙ୍ଗ ଖାନ୍‌ ଶାହରୁଖଙ୍କ ଗତ କେତୋଟି ଚଳଚ୍ଚିତ୍ର ଫ୍ଲପ୍ ହେବା ପରେ ଏବେ ସିନେମା ଚୟନକୁ ନେଇ ସେ ଅଧିକ ସଚେତନ ହୋଇ ପଡ଼ିଛନ୍ତି ଏବଂ ପରଦାରେ ନଜର ଆସୁ ନାହାନ୍ତି। ତାଙ୍କୁ ପରଦାରେ ଦେଖିବାକୁ ଦର୍ଶକେ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଥିବା ବେଳେ ଶାହରୁଖ କରନ ଜୋହରଙ୍କ ଫିଲ୍ମରେ ଦର୍ଶକଙ୍କ ପାଖକୁ ପୁଣିଥରେ ଫେରିବେ ବୋଲି ଶୁଣିବାକୁ ମିଳିଥିଲା। ମାତ୍ର ଏବେ ସେ ରାଜକୁମାର ହିରାନୀଙ୍କ ନିର୍ଦେଶିତ ଆଗାମୀ ଚଳଚ୍ଚିତ୍ରରେ କରୀନା କପୁର ଖାନ୍‌ଙ୍କ ସହ ପରଦାକୁ ଫେରିବେ ବୋଲି ସୂଚନା ମିଳିଛି। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିଲେ ମଧ୍ୟ ଚଳିତ ବର୍ଷ ଏହି ଯୋଡ଼ି ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ଉଭୟ କଳାକାର ହିରାନୀଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ସହମତି ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଦେଖିବା ବାକି ରହିଲା କରୀନାଙ୍କ ସହ ପରଦାକୁ ଫେରି ଶାହରୁଖ୍ ନିଜ କ୍ୟାରିୟରକୁ ପୁଣି ଥରେ ବାଟକୁ ଆଣି ପାରୁଛନ୍ତି କି ନାହିଁ।

 

Comments are closed.