ଶାହାଙ୍କୁ ମିଳିପାରେ ସ୍ୱର୍ଗତ ବାଜପାୟୀଙ୍କ କୃଷ୍ଣା ମେନନ ମାର୍ଗ ବାସଭବନ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ରହୁଥିବା ଦିଲ୍ଲୀର କୃଷ୍ଣା ମେନନ ମାର୍ଗସ୍ଥିତ ବାସଭବନ ଆବଣ୍ଟନ କରାଯିବାର ସମ୍ଭାବନା ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ ମସିହାରେ ସଂଖ୍ୟା ଗରିଷ୍ଠତା ଅଭାବରୁ ସରକାର ଭାଙ୍ଗି ଯିବା ପରେ, ବାଜପାୟୀ କୃଷ୍ଣା ମେନନ ମାର୍ଗସ୍ଥିତ ବାସଭବନରେ ୧୪ ବର୍ଷ ରହିଥିଲେ।

୨୦୧୮ ଅଗଷ୍ଟରେ ବାଜପାୟୀଙ୍କ ଦେହାନ୍ତ ପରେ ତାଙ୍କ ପରିବାରବର୍ଗ ନଭେମ୍ବର ମାସରେ ସେହି ଘର ଖାଲି କରିଥିଲେ। କିଛିଦିନ ପୂର୍ବରୁ ଶାହା ସେହି ବାସଭବନକୁ ଯାଇ କେତେକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିବା ଜଣପଡିଛି।

Comments are closed.