୫ରେ ଖୋଲିବ ଶବରୀମାଲ ମନ୍ଦିର ; ମୁତୟନ ହେଲେ ୫୦୦୦ ଯବାନ

0

ତିରୁଅନନ୍ତପୁରମ୍ : କେରଳର ଶବରୀମାଲ ମନ୍ଦିର  ୫ ତାରିଖ  ସୋମବାର ଖୋଲିବ। ବିଶେଷ ପୂଜା ପାଇଁ ମନ୍ଦିରର ଦ୍ବାର ଖୋଲିବ। ତେବେ ଏହାକୁ ଦୃଷ୍ଟିରେ ରଖି କେରଳର ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କେତେକ ସ୍ଥାନରେ ତିନି ଦିନ ପାଇଁ ୧୪୪ ଧାରା ଲାଗୁ କରିବା ପାଇଁ ପୁଲିସ ନିଷ୍ପତ୍ତି ନେଇଛି । ମନ୍ଦିରର ଦ୍ବାର ଖୋଲିବା ପରେ ଯେପରି  ପୂର୍ବ ଭଳି ସ୍ଥିତି ନ ଉପୁଜେ ତାକୁ ଧ୍ୟାନରେ ରଖି ସଂମ୍ପୁର୍ଣ୍ଣ ଅଞ୍ଚଳରେ  ଶନିବାର ସନ୍ଧ୍ୟାରୁ ୫୦୦୦ ଯବାନଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ସବୁ ବର୍ଗର ମହିଳାଙ୍କ ମନ୍ଦିର ପ୍ରବେଶ କରିବା ନେଇ ସୁପ୍ରିମକୋର୍ଟର ଆଦେଶ ପରେ ମଧ୍ୟ ବିକ୍ଷୋଭକାରୀମାନେ ଗତ ମାସରେ କାହାରିକୁ ମନ୍ଦିରରେ ପ୍ରବେଶ କରିକାକୁ ଦେଇନଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶ ବିରୋଧରେ ଗତ ମାସରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବିକ୍ଷୋଭ  ପ୍ରଦର୍ଶନ ହୋଇଥିଲା। ତେଣୁ ଏହାକୁ ଦୃଷ୍ଟିରେ  ରଖି ନଭେମ୍ବର ୪ ରୁ ୬ ପର୍ଯ୍ୟନ୍ତ ସନ୍ନିଧନ, ପାମ୍ବା, ନିଲକ୍କଲ ଓ ଇଲାଙ୍କୁଲରେ ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଗତ ମାସରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଥିବା ବିକ୍ଷୋଭକାରୀଙ୍କ ଗିରଫଦାରୀ ସଂଖ୍ୟା  ୩,୫୦୫ରେ ପହଞ୍ଚିଛି ।  ବିଭିନ୍ନ ଥାନାରେ ୫୨୯ ମାମଲା ରୁଜୁ ହୋଇଛି। ଶବରୀମାଲ ମନ୍ଦିର  ମନ୍ଦିର ନଭେମ୍ବର ୫ରେ ଖୋଲିବ ଏବଂ ନଭେମ୍ବର ୧୬ ତାରିଖରେ ଦୁଇ ମାସର ନିୟମିତ ବାର୍ଷିକ ତୀର୍ଥଯାତ୍ରା ପାଇଁ ଖୋଲିବ।

Leave A Reply