ଶବାନା ଆଜମୀଙ୍କୁ ସ୍ବାଇନ୍ ଫ୍ଲୁ

0

ବଲିଉଡର ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ଧରି ଶବାନା ଥଣ୍ଡା ଓ କାଶ ସମସ୍ୟାରେ ପୀଡିତ ଥିଲେ । ଡାକ୍ତରୀ ପରୀକ୍ଷା ପରେ ସ୍ବାଇନ୍ ଫ୍ଲୁ ସଂକ୍ରାମିତ ହୋଇଥିବା ଜଣାପଡିଥିଲା । ଶବାନା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡିଛି ।

ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ସତ୍ତ୍ବେ ଶବାନା ସୋସିଆଲ ମିଡିଆ ସକ୍ରିୟ ଅଛନ୍ତି । ଝିଅ ଜୋୟା ଅଖତରଙ୍କ ଆଗାମୀ ଫିଲ୍ମକୁ ଶବାନା ଟୁଇଟ୍ କରିଛନ୍ତି । ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସ୍କୁଲ ଦିନକୁ ମନେ ପକାଇଛନ୍ତି । ଏହା ସହ ନିଜ ସହ ସମୟ ବିତାଇବାର ସୁଯୋଗ ମିଳିଛି ବୋଲି ଶବାନା କହିଛନ୍ତି ।

ସୂଚନାଯୋଗ୍ୟ, ଶବାନାଙ୍କ ପୂର୍ବରୁ ବଲିଉଡର ଅନ୍ୟ କେତେକ କଳାକାର ମଧ୍ୟ ସ୍ବାଇନ୍ ଫ୍ଲୁରେ ପୀଡିତ ହୋଇଥିଲେ । ଅମିର ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓ ମଧ୍ୟ ସ୍ବାଇନ୍ ଫ୍ଲୁ ରୋଗରେ ପୀଡିତ ଥିଲେ । ଏହା ପୂର୍ବରୁ ରିଚା ଚଢା ସ୍ବାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । ଏତତ୍ ବ୍ୟତୀତ ସୋନମ କାପୁର ଓ ବିଧୁ ବିନୋଦ ଚୋପଡାଙ୍କୁ ମଧ୍ୟ ସ୍ବାଇନ୍ ଫ୍ଲୁ ହୋଇଥିଲା ।

Leave A Reply