ପୁଣି ଲଜ୍ଜା : କର୍ଣ୍ଣାଟକରେ ୯ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ

କର୍ଣ୍ଣାଟକ : କର୍ଣ୍ଣାଟକର କଲବୁଲି ଜିଲାର ଏକ ଗ୍ରାମରେ ସୋମବାର ଜଣେ ୯ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାର ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି।
ଏହି ଘଟଣା ଏମିତି ସମୟରେ ସାମ୍ନାକୁ ଆସିଛି ଯେଉଁ ସମୟରେ ହାଇଦରାବାଦର ପ୍ରାଣୀ ଚିକିତ୍ସୀକାଙ୍କ ମୃତ୍ୟୁ ସାରାଦେଶକୁ ସ୍ତବ୍ଧ କରିଦେଇଛି।
ସୂଚନା ଅନୁସାରେ, ଚିଚୋଲି ତାଲୁକାର ସୁଲେପେଟ ଅଞ୍ଚଳରେ ରହୁଥିବା ମୃତ ନାବାଳିକା ଜଣଙ୍କ ସୋମବାର ସନ୍ଧ୍ୟାରେ ନିଜ ସାଙ୍ଗମାନଙ୍କ ସହ ଖେଳିବା ପାଇଁ ବାହାରକୁ ଯାଇଥିଲା। ବହୁତ ସମୟ ବିଳମ୍ବ ହୋଇଥିଲେ ହେଁ ସେ ଘରକୁ ଫେରି ନଥିଲା। ପରେ ସୋମବାର ରାତିରେ ଗ୍ରାମ ବାହାରେ ଥିବା ଏକ ଜମିରୁ ପୁଲିସ ପୀଡିତାର ରକ୍ତ ଜୁଡୁବୁଡୁ ମୃତଦେହ ପାଇଥିଲା। ଏହି ଘଟଣାରେ ପୁଲିସ ୩୪ବର୍ଷିୟ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ନାବାଳିକାକୁ ଜଳଖିଆର ଲୋଭ ଦେଖାଇ ପାଖକୁ ଡାକିନେଇଥିଲା ଏବଂ ପରେ ଗ୍ରାମ ବାହାରେ ଥିବା ଏକ ବିଲକୁ ନେଇ ବଳାତ୍କାର କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା।

Comments are closed.