ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ ‘ନିସର୍ଗ’ 

ମୁମ୍ବଇ : ବ୍ୟାପକ କ୍ଷୟକ୍ଷତି ସହ ଭୟଙ୍କର ସାମୁଦ୍ରିକ ଝଡ ‘ନିସର୍ଗ’ ଉତ୍ତର ମହାରାଷ୍ଟ୍ର ନିକଟରେ ସ୍ଥଳଭାଗ ଛୁଇଁଛି । ଆଲିବାଗର ଦିବ୍ୟାଗଡରେ ଏହା ସ୍ଥଳଭାଗ ଛୁଇଁଛି। ଏହା ଉତ୍ତର-ପୂର୍ବ ଦିଗକୁ ଗତି କରି ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବ। ଫଳରେ ଆଲିବାଗର ଦକ୍ଷିଣାଞ୍ଚଳରେ ଘଣ୍ଟା ପ୍ରତି ୧୦୦-୧୧୦କିମି ବେଗରେ ଏବଂ କେତେକ କ୍ଷେତ୍ରରେ ୧୨୦କିମି ବେଗରେ ପବନ ବହୁଛି।
ଘୂର୍ଣ୍ଣିବଳୟ ‘ନିସର୍ଗ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ରାୟଗଡ, ପାଲଘର, ଥାନେ, ମୁମ୍ବାଇ ସହର ଏବଂ ଉପାନ୍ତ ଅଞ୍ଚଳ, ନଭି ମୁମ୍ବାଇ, ସିନ୍ଧୁଦୁର୍ଗ, ରତ୍ନଗିରି ଏବଂ ସାତାରା ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଏହି ସବୁ ଜିଲ୍ଳାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁତ ଟିଣ ଛପର ଘର ଉଡାଇନେବା ସହିତ ଏହି ସବୁ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ବିଦ୍ୟୁତ ଖୁଣ୍ଟ ଏବଂ ଟେଲିଫୋନ ଟାୱାର ଭାଙ୍ଗିପଡିବାରୁ ଯୋଗାଯୋଗ ଓ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଇଛି। ଦୀର୍ଘ ୩ ଘଣ୍ଟା ଧରି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିବା ସମୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

Comments are closed.