ଚୀନରେ ବସ-ଟ୍ରକ ଧକ୍କାରେ ୩୬ ମୃତ, ୩୬ ଆହତ

ବେଜିଂ : ଚୀନର ଜିଆନସି ପ୍ରାନ୍ତରେ ରବିବାର ସକାଳେ ଏକ ବସ-ଟ୍ରକ୍‍ ଧକ୍କା ହେବାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି ୩୬ ଜଣ ଆହତ ହୋଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯାତ୍ରୀବାହୀ ବସରେ ୬୯ ଜଣ ଲୋକ ଥିଲେ। ବିଟି ପୂର୍ବ ଜିଆନସି ପ୍ରାନ୍ତର ଏକ୍ସପ୍ରେସ ୱେରେ ଦ୍ରୁତ ଗତିରେ ଯାଉଥିଲାବେଳେ ତାର ଟାୟାର ପମ୍ପଚର ହୋଇଗଲା। ଫଳରେ ବସଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍‍କୁ ଧକ୍କା ଦେଇଥିଲା। ଧକ୍କା ପରେ ବସଟି ଓଲଟି ପଡିଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛନ୍ତି। ଏପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଚୀନରେ ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ହାନି ଘଟୁଛି। ତଥ୍ୟ ଅନୁସାରେ ୨୦୧୫ରେ ଚୀନରେ ସଡ଼କ ଦୁର୍ଘଟଣାରେ ୫୮ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରୁ ୯୦% ଦୁର୍ଘଟଣା କେବଳ ଟ୍ରାଫିକ ନିମୟ ଉଲ୍ଲଙ୍ଘନ କାରଣରୁ ହୋଇଛି।

Comments are closed.