‘ମୁସଲମାନଙ୍କ ସପକ୍ଷରେ ବହୁ ରାଷ୍ଟ୍ର, ହିନ୍ଦୁଙ୍କ ପାଇଁ କେହି ନାହିଁ’: ଗଡ଼କରୀ

ନୂଆଦିଲ୍ଲୀ: ନାଗରିକତ୍ବ ଆଇନକୁ ନେଇ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀ। ଏହି ଆଇନକୁ ନେଇ ବିରୋଧୀଗୁଡ଼ିକ ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଗଡ଼କରୀ ଅଭିଯୋଗ କରିବା ସହ ଏଭଳି ପରିସ୍ଥିତିରେ ମୁସଲମାନଙ୍କ ପାଇଁ ବହୁ ରାଷ୍ଟ୍ର ବାହାରୁଛନ୍ତି; କିନ୍ତୁ ହିନ୍ଦୁଙ୍କ ସପକ୍ଷରେ ଜଣେ ହେଲେ କହୁ ନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ବିଶ୍ବର କୌଣସି ରାଷ୍ଟ୍ର ହିନ୍ଦୁଙ୍କ ସପକ୍ଷରେ ନ ଥିଲେ ମଧ୍ୟ ଏହି ଆଇନ ଭାରତ ପାଇଁ ଅପରିହାର୍ଯ୍ୟ ବୋଲି ଗଡ଼କରୀ କହିଛନ୍ତି। ପୂର୍ବରୁ ନେପାଳ ଏକ ହିନ୍ଦୁ ରାଷ୍ଟ୍ର ଥିଲା; କିନ୍ତୁ ଏବେ ଗୋଟିଏ ହେଲେ ହିନ୍ଦୁ ରାଷ୍ଟ୍ର ନାହିଁ। ମୁସଲମାନଙ୍କ ପାଇଁ ଏକାଧିକ ରାଷ୍ଟ୍ର ରହିଛି; ତେଣୁ ଆଇନ ବିରୋଧରେ ବହୁ ରାଷ୍ଟ୍ର ମତ ଦେଉଛନ୍ତି। ଏଭଳି ପରିସ୍ଥିତିରେ ହିନ୍ଦୁ ଓ ଶିଖମାନେ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ଆଦୌ ମୁସଲମାନଙ୍କ ବିରୋଧୀ ନୁହେଁ; କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଭଳି ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି।

Comments are closed.