ମହାରାଷ୍ଟ୍ର : ଚୀନ କମ୍ପାନୀର ୭ କର୍ମଚାରୀ କରୋନା ସଂକ୍ରମିତ

ମୁମ୍ବଇ : ମହାରାଷ୍ଟ୍ରର ଚାକନ ନଗର ସ୍ଥିତ ଏକ ଚୀନ କମ୍ପାନୀର ୭ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ୭ ଜଣ ସଂକ୍ରମିତଙ୍କ ମଧ୍ୟରେ ଜଣେ ଚୀନର ନାଗରିକ ଥିବା ଜଣାପଡିଛି।
ଖେଡ ତହସିଲର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବାଳିରାମ ଗଡାବେ କହିଛନ୍ତି ଯେ, ଏହି ଖବର ଜାଣିବା ପରେ ୯ଜଣ ସାଧାରଣ ନାଗରିକଙ୍କ ସମେତ ୧୩୦ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।
ସେ କହିଛନ୍ତି, ’ଗତ ସପ୍ତାହରେ ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ। ତା’ପରେ ଆମେ ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ଖୋଜା ଖୋଜି କରି ସେମାନଙ୍କର କରୋନା ପରୀକ୍ଷା କରିଥିଲୁ। ଏହାପରେ ଚୀନ୍ ନାଗରିକଙ୍କ ସମେତ ୬ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସଂକ୍ରମିତ କର୍ମଚାରୀମାନେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Comments are closed.