୭ କରୋନା ପଜିଟିଭଙ୍କ ତଥ୍ୟଦେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ଦୁଇ ଦିନ ଧରି ଅପରିବର୍ତ୍ତିତ ରହିଥିବାବେଳେ ସୋମବାର ଆଉ ୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଓ ୨ ଜଣ ବାଲେଶ୍ବର ଜିଲାର ହୋଇଥିବା ଜଣାପଡ଼ିଥିଲା । ପରେ ୭ ସଂକ୍ରମିତଙ୍କୁ ଟ୍ରେସିଙ୍ଗ ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବିଭିନ୍ନ ଦଳରେ ଭାଗ କରାଯାଇ ପଠାଯାଇଥିଲା। ଏହାପରେ ୭ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି।  ଭଦ୍ରକର ୫ ଜଣ ଓ ବାଲେଶ୍ୱରର ୨ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ଭଦ୍ରକ ଜିଲାରେ ୫ ଜଣ ପୁରୁଷଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । ଏହି ୫ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୮,୫୫,୫୭,୫୮, ୬୬ ବୋଲି ଜଣାପଡ଼ିଛି ।

ସେହିପରି ବାଲେଶ୍ୱରରେ ଜଣେ ୨ ବର୍ଷିୟ ଶିଶୁ କନ୍ୟା ଓ ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Comments are closed.