ସେବା ସପ୍ତାହର ତୃତୀୟ ଦିବସ, ବିଜେପି କାର୍ଯ୍ୟକର୍ତ୍ତା ପକ୍ଷରୁ ବସ୍ତି ଏବଂ ଡାକ୍ତରଖାନାରେ ଫଳ, ମାସ୍କ, ସାନିଟାଇଜର ବଣ୍ଟନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିରାମୟ ଓ ଦୀର୍ଘଜୀବନ କାମନା କରି ବିଜେପି କାର୍ଯ୍ୟକର୍ତାମାନେ ଗତ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରୁଛନ୍ତି।

ଏହି ଅବସରରେ ଆଜି ମହିଳା ମୋର୍ଚ୍ଚା ଓ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ବସ୍ତି ଏବଂ ଡାକ୍ତରଖାନାକୁ ଯାଇ ଫଳ, ମାସ୍କ ଓ ସାନିଟାଇଜର ବିତରଣ କରିଛନ୍ତି। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ସ୍ମୃତି ପଟ୍ଟନାୟକ କଟକ ସହରର ବିଭିନ୍ନ ବସ୍ତି ଓ ଡାକ୍ତରଖାନାକୁ ଯାଇ ଫଳ, ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତାମାନେ କୋଭିଡ୍‍-୧୯ ଗାଇଡଲାଇନକୁ ପାଳନ କରି ବଣ୍ଟନ କାର୍ଯ୍ୟ କରିଛନ୍ତି।

ଆସନ୍ତା କାଲି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। କେନ୍ଦ୍ରୀୟ ନିଷ୍ପତି ଅନୁଯାୟୀ ସେବା ସପ୍ତାହ ଅବସରରେ ଆଜି ରାଜଧାନୀ ଭୂବନେଶ୍ୱର ସମେତ ରାଜ୍ୟର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ନୟାଗଡ, ଖୋର୍ଦ୍ଧା, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବୈାଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ନୂଆପଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ବସ୍ତି ଓ ଡାକ୍ତରଖାନାରେ ଫଳ, ମାସ୍କ, ସାନିଟାଇଜର ଆଦି ବଣ୍ଟନ କରାଯାଇଛି।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁରୋଧକ୍ରମେ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ପାର୍ଟୀର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ପାର୍ଟୀର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ କୋଭିଡ୍‍-୧୯ ନୀତିନିୟମକୁ ପାଳନ ସହ ଯୋଗଦାନ କରୁଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସଂପାଦିକା ସର୍ମିଷ୍ଠା ମେହେର ଓ ସିପ୍ରା ବାଜପେୟୀ, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପଞ୍ଚାନନ ନାୟକ, ସଞ୍ଜୀବ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାର୍ଟରେ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସାମିଲ ହୋଇ ସଫଳ କରିଥିଲେ।

 

Comments are closed.