ଗାଁଲୋକେ ନିଜ ଚେଷ୍ଟାରେ ତିଆରି କରୁଛନ୍ତି ପୋଲ

0

ଅନେକ ସମୟରେ ପ୍ରଶାସନର ନିର୍ଭର ପ୍ରତିଶ୍ରୁତି ପାଣିର ଗାର ସଦୃଶ ମନେହୋଇଥାଏ। ଅତ୍ୟଧିକ ଜରୁରୀ ପରିସ୍ଥିତିରେ ମୋନଙ୍କ ନିରବତାକୁ ଠଉରାଇବା ପରେ ଶେଷରେ ଚାମେଲି ବ୍ଲକ୍ ଅନ୍ତର୍ଗତ କୁଲିଗ ଗ୍ରାମବାସୀ ନିଜେ ହିଁ ପଦକ୍ଷେପ ନେଇଛନ୍ତି। ଗ୍ରାମଟି ଚାମେଲିକୁ ଯୋଗଯୋଗ କରିବା ନିମନ୍ତେ ଗୋଟିଏ ମାତ୍ର ପାଦଚଲା ପୋଲ ଥିଲା। ତେବେ ଏଥରକ ବର୍ଷାରେ ପୋଲଟି ଭାସିଯାଇଛି। ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ପ୍ରଶାସନଙ୍କୁ ଏ ସଂକ୍ରାନ୍ତରେ‌େ‌ ଅନୁରୋଧ କରିଚାଲିଲେ କୁଲିଗ ଗ୍ରାମବାସୀ। ମିଳିଲା କେବଳ ନିର୍ଭର ପ୍ରତିଶ୍ରୁତି, କୌଣସି ପଦକ୍ଷେପ ନିଆଗଲା ନାହିଁ। ଗ୍ରାମକୁ ଯୋଗାଯୋଗ କରୁଥିବା ଅନ୍ୟ ପାହାଡ଼ିଆ ରାସ୍ତାଟି ମଧ୍ୟ ବର୍ଷାରେ ସମ୍ପୂର୍ଣ୍ଣ ଧୋଇହୋଇଯାଇଛି। ଶେଷରେ ଗାଁ ଲୋକେ ନିଜେ ଅଣ୍ଟା ଭିଡ଼ିଲେ। ବିପଦସଙ୍କୁଳ ଅବସ୍ଥାରେ ନଦୀ ପାଖକୁ ଆସି ଦଉଡ଼ି ପୋଲ ନିର୍ମାଣ କାମରେ ସେମାନେ ଲାଗିପଡ଼ିଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏହି ପୋଲ କାମ ଶେଷ ହେବ ବୋଲି ସେମାନଙ୍କ ଅନୁମାନ। ବର୍ଷା ଋତୁ ଶେଷ ପରେ ଗ୍ରାମର ପ୍ରତ୍ୟେକ ପରିବାର ନିଜ କ୍ଷମତା ଅନୁଯାୟୀ ଟଙ୍କା ଦେଇ ଏକ ପୋଲ ନିର୍ମାଣ କରିବାର ଯୋଜନା କରୁଛନ୍ତି।

Leave A Reply