ରାଶିର ଏପରି ବ୍ୟବହାର, ଦୂର କରିବ ଦୁର୍ଭାଗ୍ୟ

0

ସନାତନ ଧର୍ମରେ ପ୍ରାୟ ସବୁ ପୂଜା କାର୍ଯ୍ୟରେ ରାଶିର ବ୍ୟବହାର କରାଯାଏ । ରାଶି ବିଷ୍ଣୁଙ୍କ ଅତି ପ୍ରିୟ । ସେଥିପାଇଁ ତାଙ୍କ ପୂଜା ସମୟରେ ରାଶିର ବ୍ୟବହାର କରାଯାଏ । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ରାଶିର ମହତ୍ତ୍ବ ରହିଛି । ପ୍ରାଚୀନ କାଳରେ ସମୟ ନିର୍ଦ୍ଧାରଣ ପାଇଁ ରାଶିର ବ୍ୟବହାର କରାଯାଉଥିଲା । ତେବେ ଆସନ୍ତୁ ଜାଣିବା ରାଶିର କିଭଳି ବ୍ୟବହାର କରିବା ଦ୍ବାରା ଦୁର୍ଭାଗ୍ୟ ଦୂର ହେବ ।

ମା’ଲକ୍ଷ୍ମୀଙ୍କ କାର୍ଯ୍ୟରେ ଧଳା ରାଶି ବ୍ୟବହାର କରନ୍ତୁ । ଏହା ଦ୍ବାରା ଆର୍ଥିକ ଲାଭ ମିଳିବ ।
ଶୁଦ୍ଧ ଗୁଆ ଘିଅରେ ଧଳା ରାଶି ମିଶାଇ ମା’ଲକ୍ଷ୍ମୀ ବା ଶ୍ରୀ ସୁକ୍ତଙ୍କ ଯଜ୍ଞ କରିବା ଦ୍ବାରା ମା’ଲକ୍ଷ୍ମୀଙ୍କ କୃପା ଅତି ଶୀଘ୍ର ଲାଭ ହୋଇଥାଏ ।
ମନୁସ୍ମୃତି ଶାସ୍ତ୍ରରେ ରାଶିକୁ ଦାରିଦ୍ରତା ନାଶକ ଓ ଆୟୁର୍ବେଦରେ ରାଶିକୁ ରୋଗ ନାଶକ ବୋଲି କୁହାଯାଇଛି ।
ବାତ, ପିତ ଏବଂ କଫ ରୋଗର ମହୋଷଧି ହୋଉଛି ରାଶି ।

pic courtesy inkhabar

ମେଷ: ମୁଠାଏ କଳା ରାଶିକୁ ୧୧ ଥର ମୁଣ୍ଡ ଉପରେ ବୁଲାଇ ଅଶ୍ବତ୍ଥ ବୃକ୍ଷ ମୂଳରେ ପକାଇ ଦିଅନ୍ତୁ । ଦୁର୍ଭାଗ୍ୟ ଦୁର ହେବ ।
ବୃଷ: ଭଗବାନ ବିଷ୍ଣୁଙ୍କୁ ରାଶି ଓ ଡାଲିରେ ଖେଚୁଡି ପ୍ରସ୍ତୁତ କରି ଭୋଗ ଲଗାନ୍ତୁ । ସବୁ ମନୋସ୍କାମନା ପୁରଣ ହେବ ।
ମିଥୁନ: ଗୁଡ ଓ ରାଶିରେ ଲଡ୍ଡୁ ପ୍ରସ୍ତୁତ କରି ବିଷ୍ଣୁ ମନ୍ଦିରରେ ଦିଅନ୍ତୁ । ବାଧାବିଘ୍ନ ଦୂର ହେବ ।
କର୍କଟ: କ୍ଷୀରରେ ରାଶି ମିଶାଇ ଭଗବାନ ବିଷ୍ଣୁଙ୍କ ଅଭିଷେକ କରାନ୍ତୁ । ବୈଭବ ପ୍ରାପ୍ତି ହେବ ।
ସିଂହ: ଭଗବାନ ବିଷ୍ଣୁଙ୍କୁ ଚଢାଇଥିବା କଳା ରାଶି ଓ ନଡିଆ ଗରିବ ମହିଳାଙ୍କୁ ଦାନ କରନ୍ତୁ । ରୋଗ ଦୂର ହେବ ।
କନ୍ୟା: ରୁଟିରେ ରାଶି ଲଗାଇ କୌଣସି ଗରିବ ଛୁଆଙ୍କୁ ଖାଇବାକୁ ଦିଅନ୍ତୁ । ସମ୍ପର୍କରେ ମଧୁରତା ଆସିବ ।
ତୁଳା: ପୂଜା ଘରେ କଳା ରାଶି ମିଶାଇ କର୍ପୁର ଜଳାନ୍ତୁ । ମକଦ୍ଦମାରୁ ମୁକ୍ତି ମିଳିବ ।
ବିଚ୍ଛା: ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଥିବା କଳା ରାଶିକୁ ଗରିବଙ୍କୁ ଦାନ କରନ୍ତୁ । ସଙ୍କଟ ଦୂର ହେବ ।
ଧନୁ: ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଥିବା କଳା ରାଶିକୁ ମହୁ ସହ ମିଶାଇ ଖାଆନ୍ତୁ । ଶନି ଦୋଷ ଦୂର ହେବ ।
ମକର: ଅଟା ଓ କଳା ରାଶିରେ ରୁଟି ପ୍ରସ୍ତୁତ କରି କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ନଜର ଦୋଷ ଦୂର ହେବ ।
କୁମ୍ଭ: ଭଗବାନ ବିଷ୍ଣୁଙ୍କୁ ନିୟମିତ ରାଶି ତେଲରେ ୧୧ ମୁଖୀ ଦୀପ ଜଳାନ୍ତୁ । ଆର୍ଥିକ ସଙ୍କଟ ଦୂର ହେବ ।
ମୀନ: ଭଗବାନ ବିଷ୍ଣୁଙ୍କ ନିକଟରେ ଅର୍ପଣ କରିଥିବା ରାଶିକୁ ହଳଦିଆ କପଡାରେ ବାନ୍ଧି ରୋଷେଇ ଘରେ ରଖନ୍ତୁ । ଧନ ବୃଦ୍ଧି ହେବ ।

Leave A Reply