ଅସହାୟର ଚିକିତ୍ସା ସେବା ପାଇଁ ଆଗେଇ ଆସିଲା ମାହେଶ୍ୱରୀ

ଲୋଇସିଂହା : ବୁଧବାର ରାତିରେ ସ୍ଥାନୀୟ ଫିରୋଜ ଖାଁ ନାମକ ଜନୈକ ଅସହାୟ ଯୁବକର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଖବର ପାଇ ସ୍ଥାନୀୟ ସ୍ୱେଚ୍ଚାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଅଧ୍ୟକ୍ଷ୍ୟ ଦେବାଶିଷ ବିଶୋୟୀ ସମେତ ସଭ୍ୟମାନେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ମାତ୍ର ଫିରୋଜଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନେ ରାତି ପ୍ରାୟ ୧୨ ଟାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମାହେଶ୍ୱରୀ ସଂଗଠନର ଅଧ୍ୟକ୍ଷ ଶ୍ରୀ ବିଶୋୟୀ ଓ ସଭ୍ୟ ମନୋଜ ମହାଣା, ରିକୁ ପଧାନ ପମ୍ରୁଖ ସହଯୋଗର ହାତ ବଢାଇଥିଲେ।

Comments are closed.