କୋଭିସିଲ୍ଡ ଟିକାକୁ ନେଇ ଅଭିଯୋଗ କରିଥିବା ସ୍ବେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା

ଚେନ୍ନଇ : କୋଭିଡ୍‌ ଟିକା କୋଭାସିଲ୍ଡକୁ ନେଇ ଅଭିଯୋଗ ଆଣିଥିବା ଜଣେ ସ୍ବେଚ୍ଛାସେବୀଙ୍କ ବିରୋଧରେ ୧୦୦କୋଟିର ମାନହାନୀ ମକଦ୍ଦମା ରୁଜୁ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ମାନହାନୀ ମକଦ୍ଦମା ରୁଜୁ କରାଯାଇଛି। କରୋନା ଟିକା କୋଭାସିଲ୍ଡର ମାନବ ପରୀକ୍ଷଣରେ ଭାଗ ନେଇଥିବା ଜଣେ ସ୍ବେଚ୍ଛାସେବୀ ଟୀକା ନେବା ପରେ ତାଙ୍କ ଠାରେ ସ୍ନାୟବିକ ଓ ମାନସିକ ସମସ୍ୟା ଦେଖା ଦେଇଛି। ଏଣୁ ସେ କୋଭିସିଲ୍ଡ ଟିକାର ପରୀକ୍ଷଣ ବନ୍ଦ କରିବାକୁ ଦାବି କରିବା ସହ ୫ କୋଟି ଟଙ୍କର କ୍ଷତିପୂରଣ ଦାବି କରିଥିଲେ। ଯାହାକୁ ଭିତ୍ତିହୀନ କହିବା ସହ ବଦନାମ କରିବାକୁ ଏପରି କରାଯାଇଥିବା ଦର୍ଶାଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ୧୦୦ କୋଟିର ମାନହାନୀ ମକଦ୍ଦମା କରାଯାଇଛି ।

ସୂଚନାଯୋଗ୍ୟ ଚେନ୍ନଇରେ କୋଭିସିଲ୍ଡ ଟିକା ପରୀକ୍ଷା ପାଇଁ ଅଂଶଗ୍ରହଣ କରିଥିବା ଜଣେ ବ୍ୟକ୍ତି ଟିକା ନେବାପରେ  ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜଣାଇଛନ୍ତି। ଟିକା ନେଇଥିବା ୪୦ ବର୍ଷୀୟ ବ୍ୟକ୍ତି କହିଛନ୍ତି ଯେ କୋଭିସିଲ୍ଡ ଟିକା ନେବା ପରେ ତାଙ୍କ ଠାରେ ସ୍ନାୟବିକ ଓ ମାନସିକ ସମସ୍ୟା ଦେଖା ଦେଇଛି। ଏଣୁ ସେ ଏହାପରେ କୋଭିସିଲ୍ଡ ଟିକାର ପରୀକ୍ଷଣ ବନ୍ଦ କରିବାକୁ ଦାବି କରିବା ସହ ୫ କୋଟି ଟଙ୍କର କ୍ଷତିପୂରଣ ଦାବି କରିଥିଲେ। ତେବେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିବାବେଳେ ଉକ୍ତ ସ୍ବେଚ୍ଛାସେବୀ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା କରିଛି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଅନ୍ୟମାନଙ୍କୁ ପଠାଯାଇଥିବା ଏକ ଆଇନଗତ ବିଜ୍ଞପ୍ତିରେ ଉକ୍ତ ବ୍ୟକ୍ତି କ୍ଷତିପୂରଣ ସହିତ ବିଚାର ପ୍ରକ୍ରିୟାରେ ରହିବାକୁ ମଧ୍ୟ ଦାବି କରିଛନ୍ତି। ଉକ୍ତ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ସମ୍ଭାବ୍ୟ ଟିକା ସୁରକ୍ଷିତ ନୁହେଁ। ଏହା ସହିତ ଟିକା ଅନୁସନ୍ଧାନ, ଉତ୍ପାଦନ ଏବଂ ବଣ୍ଟନ ବାତିଲ କରିବାକୁ ମଧ୍ୟ ଦାବି କରିଛି। ସୂଚନାଯୋଗ୍ୟ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଏହି ଟିକା ପରୀକ୍ଷା କରାଯାଉଛି। ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ଆଇସିଏମ୍ଆର ଏବଂ ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚରେକୁ ମଧ୍ୟ ଏହି ବିଜ୍ଞପ୍ତି ପଠାଯାଇଛି। ସ୍ୱେଚ୍ଛାସେବୀଙ୍କୁ ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚରେ କୋଭିସିଲ୍ଡ ଟିକାର ଡୋଜ ଦିଆଯାଇଥିଲା।ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ ଟୀକାକରଣ ପରେ ସେ ତୀବ୍ର ସ୍ନାୟବିକ ଓ ମାନସିକ ସମସ୍ୟା ଅନୁଭବ କରିଥିଲେ। ଟିକା ପରୀକ୍ଷା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ବ୍ୟକ୍ତିଙ୍କୁ ଅକ୍ଟୋବର ୧ ରେ ଟିକା ଦିଆଯାଇଥିଲା।

ସ୍ୱେଚ୍ଛାସେବୀଙ୍କ ଏଭଳି ସଙ୍ଗୀନ ଅଭିଯୋଗ ପରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଏବଂ ଏଥିକ୍ସ କମିଟି ଏ ନେଇ ଯାଞ୍ଚ କରିବା ଆରମ୍ଭ କରିଛନ୍ତି। ଟିକା ନେବା ପରେ ହିଁ ସ୍ୱେଚ୍ଛାସେବୀଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା କି ପୂର୍ବରୁ ତାଙ୍କର ଶରୀରିକ ସମସ୍ୟା ଥିଲା ସେ ନେଇ ଯାଞ୍ଚ କରାଯାଉଛି।

Comments are closed.