‘ସେରମ୍‍’ ଦେଲା ପ୍ରତିଶ୍ରୁତି, ଖୁବ୍‌ଶୀଘ୍ର ପହଞ୍ଚିବ ୨.୨୦ଲକ୍ଷ କୋଭିସିଲଡ

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ ସେରମ୍‍ ଇନଷ୍ଟିଚ୍ୟୁଟ ପକ୍ଷରୁ ୨ଲକ୍ଷ ୨୦ହାଜର ପାନ କୋଭିସିଲଡି ଟିକା ରାଜ୍ୟକୁ ମିଳିବ ବୋଲି ପ୍ରତିଶ୍ରୁତି ମିଳିଛି। ଏନେଇ ସେରମ ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷ ରାଜ୍ୟ ସ୍ୱାସ୍ଥ୍ୟବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି। ତେବେ ଟିକା ମିଳିବା କ୍ଷଣି ୧୮ରୁ ୪୪ବର୍ଷୀୟ ସାବାଳକଙ୍କୁ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ସେରମ କର୍ତ୍ତୃପକ୍ଷଙ୍କୁ ୨୪ଘଣ୍ଟା ମଧ୍ୟରେ ସମସ୍ତ ଦେୟ ପ୍ରଦାନ କରାଯିବ ବୋଲି ପାଲଟା ପ୍ରତିଶ୍ରୁତି ଦିଆଯାଇଛି। ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ ଟିକା ରାଜ୍ୟରେ ପହଞ୍ଚିବ। ଟିକା ଆସିବା ପରେ ସବୁ ଜିଲାକୁ ବଣ୍ଟାଯିବ। ପର୍ଯ୍ୟାୟକ୍ରମେ ସମସ୍ତ ହିତାଧିକାରୀଙ୍କୁ ଟିକାକରଣ କରାଯିବ ବୋଲି ସେ କହିଛନ୍ତି।

Comments are closed.