ଚେମଣାରେ ପୁଣି  ସିରିଜ୍ ଦୁର୍ଘଟଣା, ପିକ୍ଅପ୍ କୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପିକ୍ଅପ୍ ଚାଳକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚେମଣା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଜାତୀୟ ରାଜପଥ ଅବରୋଧ ହୋଇଥିଲା। ରାସ୍ତାରେ ଶହଶହ ଗାଡି ଅଟକି ରହିଥିବା ବେଳେ ଏହାକୁ ଜାଣି ନପାରି ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ହଠାତ୍ ବ୍ରେକ ମାରି ରହି ଯିବାରୁ ପଛରେ ଆସୁଥିବା ଆଉ ଏକ ଟ୍ରକ ପୂର୍ବ ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ପଛ ଟ୍ରକଟି ବ୍ୟାକ୍ କରୁଥିବା ସମୟରେ ପଛରେ ଥିବା ଏକ ପିକ୍ଅପ୍ ଉପରକୁ ମାଡ଼ି ଯାଉଥିବା ସମୟରେ ଲୋକମାନେ ପାଟି କରିବାରୁ ଟ୍ରକଟି ରହିଯିବା କାରଣରୁ ପିକ୍ଅପ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Comments are closed.