ଔଷଧ ଦୋକାନରୁ ସିରିଜ ଚୋରୀ

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଭୁବନେଶ୍ୱର ରୋଡ଼ରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ଦୁର୍ବୁତ୍ତ ଏମସ ରୋଡରେ ଥିବା ୪ ଟି ଔଷଧ ଦୋକାନରୁ ୩ ଲକ୍ଷ ଟଙ୍କା ସହ ଦାମୀ ଔଷଧ ଚୋରି କରିନେଇଛନ୍ତି। ନଗଦ ଟଙ୍କା ଓ ଔଷଧକୁ ମିଶାଇ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି।

Comments are closed.