ବାଣୀବିହାର ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା; ୫ ଆହତ

ଭୁବନେଶ୍ଵର: ବାଣୀବିହାର ଓଭରବ୍ରିଜ ଉପରେ ଶନିବାର ରାତିରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍‌ର ଚକ ଫାଟିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଆଉ ଏକ କାର୍‌ ଏବଂ ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ଓଭରବ୍ରିଜ ରାସ୍ତାରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି।

Comments are closed.