ଆଘାତ ଯୋଗୁଁ ଇଟାଲିଆନ ଓପନ୍‍ରୁ ଓହରିଲେ ସେରେନା ୱିଲିୟମସ

ରୋମ୍ : ୨୩ ଥର ଗ୍ରାଣ୍ଡ୍‍ସ୍ଲାମ୍‍ ବିଜୟୀ ହୋଇଥିବା ସେରେନା ୱିଲିୟମସ ଆଣ୍ଠୁରେ ଆଘାତ ପାଇବା ଯୋଗୁଁ ଇଟାଲିଆନ ଓପନ୍‍ ଟେନିସ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ୩୭ ବର୍ଷ ବୟସ୍କା ସେରେନା ବୁଧବାର ରୋମ୍ ରେ ଦ୍ୱିତୀୟ ରାଉଣ୍ଡରେ ତାଙ୍କ ନିଜ ଭଉଣୀ ଭିନସ୍‍ ୱିଲିୟମ୍‍ସଙ୍କ ସହ ମୁକାବିଲା ହେବାର ଥିଲା।
ସେରେନା ୪ଥର ଇଟାଲିଆନ ଓପନ୍‍ ଚାମ୍ପିୟନ୍‍ ହୋଇଛନ୍ତି, ଏପର୍ଯ୍ୟନ୍ତ କୌଣସି ଖେଳାଳି ଏହି ବିଜୟ ହାସଲ କରିପାରି ନାହାନ୍ତି । ଇଟାଲିଆନ୍‍
ଓପନ୍‍, ଆ​ସନ୍ତ​ ଚଳିତ ମାସ ଶେଷ ଭାଗରେରେ ପ୍ୟାରିସରେ ଫ୍ରେଞ୍ଚ ଓପନ୍‍ ପୂର୍ବରୁ ସର୍ବଶେଷ ବୃହତ ଟେନିସ୍‍ ପ୍ରତିଯୋଗିତା ।

Comments are closed.