ସାଇ ଇନ୍‍ଫୋ ସିଷ୍ଟମର ସିଏମଡି ସୁନିଲ ସୁରେନ୍ଦ୍ରକୁମାର କକଡଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ : ସାଇ ଇନ୍‍ଫୋ ସିଷ୍ଟମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁନିଲ ସୁରେନ୍ଦ୍ରକୁମାର କକଡଙ୍କୁ ବେଆଇନ୍‍ ଅର୍ଥ କାରବାର ମାମଲା ଏବଂ ବ୍ୟାଙ୍କ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି।

ଇଡି ପକ୍ଷରୁ କୁହାଯାଇଛି ଯେ, କକଡଙ୍କ ନାମରେ ସିବିଆଇ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏକାଧିକ ଏତଲା ଦିଆଯାଇଥିଲା। ସେ ବିଭିନ୍ନ ବ୍ୟାଙ୍କରୁ ୮୬୭କୋଟି ଟଙ୍କା ଠକିନେଇଥିବାର ଅଭିଯୋଗ ରହିଛି। ଅଂଶୀଦାର ଭିତ୍ତିରେ ୧୯୯୨ରେ ଆରମ୍ଭ କରିଥିବା ଏକ ଫାର୍ମକୁ ସେ ପବ୍ଲିକ ଲିମିଟେଡ୍‍ କମ୍ପାନୀରେ ପରିଣତ କରିଥିଲେ ଏବଂ ବିଭିନ୍ନ ବ୍ୟାଙ୍କକୁ ଠକି ବିପୁଳ ଅର୍ଥ ଆତ୍ମସାତ୍‍ କରିଥିଲେ। ଏହାର କିଛିଦିନ ପରେ ସେ ଦୁବାଇ ଦେଇ ଲାଇବେରିଆକୁ ଖସି ପଳାଇଯାଇଥିଲା। ତେବେ ଇଣ୍ଟରପୋଲ୍‍ ସହାୟତାରେ ତାଙ୍କୁ ଗିରଫ କରାଯାଇ ଭାରତକୁ ଅଣାଯାଇଥିଲା।

Comments are closed.