‘ମି-ଠୁ’ ଅଭିଯୋଗ ପରେ ନିଖୋଜ ସିଓଲ ମେୟରଙ୍କ ମୃତଦେହ ଉଦ୍ଧାର

ଦୁଇଦିନ ତଳେ ମି-ଠୁ ଅଭିଯୋଗ ଆସିଥିଲା ତାଙ୍କ ନାମରେ । ଏହାପରେ ସେ ନିଖୋଜ ହୋଇ ଯାଇଥିଲେ । ମାତ୍ର ଏହାର ଦିନକ ପରେ ମିଳିଥିଲା ତାଙ୍କର ମୃତ ଦେହ । ସେ ହେଉଛନ୍ତି ଦକ୍ଷିଣ କୋରିଆ ରାଜଧାନୀ ସିଓଲର ସିଟି ମେୟର ପାର୍କ ୱନ । ପୁଲିସ ତାଙ୍କର ମୃତ ଦେହ ଉଦ୍ଧାର କରିଥିବା ସୂଚନା ଦେଇଛି ।

ଗତ ଦୁଇଦିନ ହେଲା ଶହଶହ ପୁଲିସ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ପ୍ରାୟ ମଧ୍ୟରାତ୍ରି ସମୟରେ ତାଙ୍କର ଫୋନର ଶେଷ ସିଗନାଲ ଦେଖାଉଥିବା ଉତ୍ତର ସିଓଲର ମାଉଣ୍ଟ ବୁଗେକଠାରେ ତାଙ୍କର ମୃତଦେହ ମିଳିଥିଲା । ୟୋନହାପ ନ୍ୟୁଜ୍ ଏଜେନ୍ସି କହିଛି ଯେ ତାଙ୍କ ବିରୋଧରେ ବୁଧବାର ଯୌନ ଉତ୍ପୀଡ଼ନ ଖବର ଆସିବା ପରେ ସେ ନିଖୋଜ ଥିଲେ । ପ୍ରାୟ ୧୦ ନିୟୁତ ଲୋକ ସଂଖ୍ୟା ବିଶିଷଟ ସହରର ମେୟର ଭାବରେ ପାର୍କ ଦକ୍ଷିଣ କୋରିଆର ଅନ୍ୟତମ ପ୍ରଭାବଶାଳୀ ରାଜନେତା ଥିଲେ ଏବଂ କରୋନାଭାଇରସ୍ ମହାମାରୀର ପ୍ରତିକ୍ରିୟାରେ ସେ ଏକ ଉଚ୍ଚ-ପ୍ରୋଫାଇଲ୍ ଭୂମିକା ଗ୍ରହଣ କରିଥିଲେ। ସେ ୨୦୨୨  ନିର୍ବାଚନରେ ​​ଉଦାରବାଦୀଙ୍କ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ଉଭା ହୋଇଥିଲେ । ତାଙ୍କୁ ଖୋଜିବା ପାଇଁ ପୁଲିସ ଡ଼୍ରୋନ ଏବଂ କୁକୁର ବ୍ୟବହାର କରିଥିଲା ।

Comments are closed.