ଶେୟାର ବଜାରରେ ଉତ୍ସାହ ଜାରି, ୧୨୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ପୋରେଟ ଟିକସ ହ୍ରାସ କରିବା ପରେ ଶେୟାର ବଜାର ସରଗରମ ରହିଛି। ସୋମବାର ମଧ୍ୟ ଶେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ସେନ୍‌ସେକ୍ସ ପାଖାପାଖି ୧୨୦୦ ପଏଣ୍ଟ ବଢ଼ିବା ସହିତ ୩୯,୩୧୨.୯୪ ପଏଣ୍ଟରେ ଖୋଲିଛି। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫଟି ୨୭୬.୬ ପଏଣ୍ଟ ବଢ଼ି ୧୧,୫୫୦.୮ ପଏଣ୍ଟରେ ପହଞ୍ଚିଛି। ବିଦେଶୀ ଏବଂ ଘରୋଇ ସଂସ୍ଥାର ନିବେଶକମାନେ ବହୁ ମାତ୍ରାରେ କାରବାର କରିଛନ୍ତି।

ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟିକସ ହ୍ରାସ କରିବା ନେଇ ଘୋଷଣା କରିବା ପରେ ଶେୟାର ବଜାର ସରଗରମ ହୋଇପଡ଼ିଛି। ଏକ ଦଶନ୍ଧି ପରେ ଗତ ଶୁକ୍ରବାର ସେନସେକ୍ସ ୨୦୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ଇତିହାସ ରଚିଥିଲା। ଘରୋଇ ସଂସ୍ଥାର ନିବେଶକମାନେ ଶୁକ୍ରବାର ଦିନ ଭିତରେ ୩୦୦୦ କୋଟି ଟଙ୍କାର ନିବେଶ କରିଥିଲେ।

Comments are closed.