ଶୀର୍ଷ ଛୁଇଁବା ପରେ ୭୫୬ ପଏଣ୍ଟ ଖସିଲା ସେନସେକ୍ସ

ଦିନକ ତଳେ ରେକର୍ଡ଼ ୫୦୦୦୦ ପଏଣ୍ଟ ଛୁଇବା ପରେ ଇକ୍ବିଟି ବେଞ୍ଚମାର୍କ ସେନସେକ୍ସ ସପ୍ତାହର ଶେଷ ଦିନରେ ରେକର୍ଡ଼ ହ୍ରାସ କରିଛି । ଚଳିତ ସପ୍ତାହରେ ଏହି ହ୍ରାସ ସର୍ବାଧିକ ବୋଲି କୁହାଯାଉଛି । ଶୁକ୍ରବାର ସେନସେକ୍ସ ୭୪୬ ପଏଣ୍ଟ ହ୍ରାସ ପାଇ ୪୮୮୭୮.୫୪ ପଏଣ୍ଟରେ ସାପ୍ତାହିକ କାରବାର ବନ୍ଦ କରିଛି । ସେହିପରି ନିଫ୍ଟିରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି । ଶୁକ୍ରବାର ଏନଏସଇ ନିଫ୍ଟି ୨୧୮.୪୫ ପଏଣ୍ଟ ଅର୍ଥାତ୍ ୧.୫% ହ୍ରାସ ପାଇ ୧୪୩୪୧.୯୦ ପଏଣ୍ଟରେ କାରବାର ବନ୍ଦ କରିଛି ।

ଶୁକ୍ରବାର ଆକ୍ସିସ ବ୍ୟାଙ୍କ, ଏସିଆନ ପେଣ୍ଟସ, ଷ୍ଟେଟବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏଚଡ଼ିଏଫସି ଓ ରିଲାଏନ୍ସ ସେୟାର ମୂଲ୍ୟ ହ୍ରାସ ପାଇଛି । ଅନ୍ୟପକ୍ଷରେ ବଜାଜ ଅଟୋ, ହିନ୍ଦୁସ୍ତାନ ୟୁନିଲିଭର, ଅଲଟ୍ରାଟେକ୍ ସିମେଣ୍ଟ, ଟିସିଏସ, ବଜାଜ ଫିନସର୍ଭ, ଇନଫୋସିସ ସେୟାର ମୂଲ୍ୟ ହ୍ରାସ ପାଇଛି ।

ଅନ୍ୟପକ୍ଷରେ ଏସୀୟ ବଜାରରେ ସାଂଘାଇ, ହଂକଂ, ସିଓଏ, ଟୋକିଓ ଆଦି ଷ୍ଟକ ଏକ୍ସଚେଞ୍ଜ ନକରାତ୍ମକ ପ୍ରଦର୍ଶନ କରିଛି ।

Comments are closed.