ଐତିହାସିିକ ୫୦ ହଜାର ପଏଣ୍ଟ ଅତିକ୍ରମ କଲା ସେନସେକ୍ସ

କରୋନାକାଳରେ ଭାରତୀୟ ପୁଞ୍ଜିବଜାର ଛୁଇଁଛି ଆକାଶ । ଗୁରୁବାର ଐତିହାସିକ ୫୦ ହଜାର ପଏଣ୍ଟ ଅତିକ୍ରମ କରି ସେସସେକ୍ସ ୫୦୦୦୩ ପଏଣ୍ଟ ଛୁଇଁବାପରେ ହ୍ରାସ ପାଇ ୪୯୬୨୪ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫ୍ଟି ୧୪୭୯୦.୭ ପଏଣ୍ଟ ଛୁଇଁ ଶେଷରେ ୧୪୫୯୦.୩୫ ପଏଣ୍ଟରେ କାରବାର ବନ୍ଦ କରିଛି । କୋଭିଡ଼ ଟୀକାକରଣ ଓ ଏହାର ସକାରାତ୍କକ ପ୍ରଭାବ ସାଙ୍ଗକୁ   ଜୋ ବାଇଡ଼େନ୍ ଆମେରିକା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ବିଶ୍ବ ବଜାରରେ ସ୍ଥିରତା ଓ ଦୃଢ଼ତାର ଆଶା ସଞ୍ଚାର ହୋଇଛି ଓ ବଜାରରେ ଉତ୍ସାହ ସୃଷ୍ଟି ହୋଇଛି ।

ଭାରତୀୟ ବଜାରରେ ଇନଫୋସିସ୍, ଏଚଡ଼ିଏଫସି, ଟିସିଏସ୍, ବଜାଜ ଫାଇନାନ୍ସ, ବଜାଜ ଅଟୋ, ରିଲାଏନ୍ସ, ବଜାଜ ଫିନସର୍ଭ, ଏସିଆନ ପେଣ୍ଟସର ବଜାର ସେୟାର ମୂଲ୍ୟ ବୃଦ୍ଧି ପାଇଥିବାବେଳେ ଓଏନଜିସି, ଭାରତୀ ଏୟାରଟେଲ୍, ଏସବିଆଇ, ଇଣ୍ଡସ ଇଣ୍ଡିଆ ବ୍ୟାଙ୍କ, ସନ ଫାର୍ମା, ଆଇଟିସି ପ୍ରମୁଖ ବଡ଼ ବଡ଼ ବାଣିଜ୍ୟ ସଂସ୍ଥାର ସେୟାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି ।

ଅନ୍ୟପକ୍ଷରେ ଆମେରିକୀୟ ଡ଼ଲାର ମୂଲ୍ୟ ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କିଛିଟା ଦୃଢ଼ ହୋଇଛି । ଟଙ୍କାର ମୂଲ୍ୟ ୬ ପଇସା ବୃଦ୍ଧି ଘଟିଥିବା ଦେଖାଯାଇଛି । ଏସିଆ ବଜାରରେ ସାଂଘାଇ, ସିଓଲ, ଟୋକିଓ ବୋର୍ସ ଷ୍ଟକ ଏକ୍ସଚେଞ୍ଜଗୁଡ଼ିକରେ କାରବାର ଭଲ ହୋଇଛି ଓ ସକାରାତ୍ମକ ପ୍ରଦର୍ଶନ କରିଛି । ଅନ୍ୟପକ୍ଷରେ ହଂକ ସେୟାର ବଜାର ଗତ ଦିନ ତୁଳନାରେ ହ୍ରାସ ପାଇଥିବା ଦେଖାଯାଇଛି ।

Comments are closed.