ରେକର୍ଡ ସ୍ତରରେ ସେନ୍‍ସେକ୍ସ, ନିଫ୍ଟି

0

ମୁମ୍ବଇ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନ୍‍ସେକ୍ସ। ଆଜି ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ୩୭,୦୧୪.୬୫ ପଏଣ୍ଟରେ ଏବଂ ନିଫ୍‍ଟି ୧୧,୧୭୨.୨୦ ପଏଣ୍ଟ ଛୁଇଁଛି।
ଗୁରୁବାର କାରବାର ଆରମ୍ଭ ହେବା ମାତ୍ରେ ସେନସକ୍ସ ଗତକାଲିର ୩୬,୯୭୬.୬୬ ପଏଣ୍ଟରୁ ୦.୩୨ ପ୍ରତିଶତ ବା ୧୧୮.୪୩ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଏସବିଆଇ, ଏଲ୍‍ ଆଣ୍ଡ ଟି, ଆଇଟିସି, ଭାରତୀ ଏୟାରଟେଲ୍‍ ଓ ହିରୋ କମ୍ପାନୀର ଶେୟାର ମୂଲ୍ୟରେ ବୃଦ୍ଧି ଘଟିଥିଲା। ସେହି ସମୟରେ ଜାତୀୟ ସୂଚକାଙ୍କ ନିଫ୍‍ଟି ୧୧,୧୩୨.୯୫ ପଏଣ୍ଟ ରୁ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଥିଲା।
ୟୁରୋପୀୟ ସଂଘ ଓ ଆମେରିକାର ଟ୍ରମ୍ପ ପ୍ରଶାସନ ମଧ୍ୟରେ ବାଣିଜ୍ୟିକ କଟକଣା ହଟାଇବା ଲାଗି ହୋଇଥିବା ନିଷ୍ପତ୍ତିର ପ୍ରଭାବ ଭାରତୀୟ ଷ୍ଟକ୍‍ ବଜାର ଉପରେ ପଡ଼ିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Leave A Reply