ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ

ଆରଡି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତ ଅନନ୍ତ ଚରଣ ପଣ୍ଡା(୯୮)ଙ୍କର ଗୁରୁବାର ହୃଦଘାତରେ ପରଲୋକ ଘଟିଛି।
ଅନନ୍ତ ଚରଣ ଦୀର୍ଘ ୮୦ବର୍ଷ ଧରି ମଣିବାବାଙ୍କର ଦୈନଦିନ ସେବାପୂଜା ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରୁଥିଲେ। ହେଲେ ଗତ କିଛିମାସ ହେବ ଶାରୀରିକ ଅସୁସ୍ଥତା ଯୋଗୁ ଶ୍ରୀ ପଣ୍ଡା ସେବାପୂଜାରୁ ନିବୃତ ଥିଲେ। ଆଜି(ଗୁରୁବାର ) ଶ୍ରୀ ପଣ୍ଡାଙ୍କର ପରଲୋକ ଯୋଗୁଁ ସମଗ୍ର ଆରଡିପୀଠରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ମୃତ୍ୟୁ  ସମୟରେ ଜ୍ୟେଷ୍ଠ ପୁତ୍ର ଦାମୋଦରଙ୍କ ସହ କାମଦେବ ଓ ଶ୍ୟାମ ସୁନ୍ଦର ଉପସ୍ଥିତ ଥିଲେ। ପରେ ଶ୍ରୀ ପଣ୍ଡାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Comments are closed.