ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ପୁରୀ: ରଥଯାତ୍ରା ପାଇଁ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ବଡ଼ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ରଥଯାତ୍ର ସମ୍ପର୍କୀତ ଖବର ସଂଗ୍ରହ ପାଇଁ ପୁରୀ ଯାଉଥିଲେ । ବାଇକ୍‌ରେ ପୁରୀ ଯାଉଥିବା ବେଳେ ଅଜଣା ଗାଡ଼ି ସହ ଅଶୋକଙ୍କ ଗାଡ଼ି ଧକ୍କା ହୋଇଥିଲା। ଫଳରେ ସେ ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିଲେ ।

ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ହେଲେ ସେଠାରେ ଅଶୋକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେ ଦୀର୍ଘ ଦିନ ଧରି ସାମ୍ବାଦିକତା କରିଆସୁଥିଲେ । ଏକ ଦୈନିକ ଖବର କାଗଜ ସହ ଦୀର୍ଘ ଦିନ ଧରି ଜଡିତ ଥିଲେ । ଅଶୋକଙ୍କ ଏହି ଅକାଳ ବିୟୋଗରେ ସମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.