ବରିଷ୍ଠ ସମ୍ବାଦିକଙ୍କ ମାତୃ ବିୟୋଗ

ଜି.ଉଦୟଗିରି : ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳଙ୍କ ମାତା ମାଳତୀ ପାଳ(୯୦)ଙ୍କ ଜି.ଉଦୟଗିରି ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣା, ସ୍ନେହୀ, ମେଳାପି ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ସେଠାରୁ ତାଙ୍କ ମର ଶରୀର ଗଞ୍ଜାମ ଜିଲ୍ଲା ସ୍ଥିତ ନିଜ ବାସଭବନ ପ୍ରତାପୁର ନିଆଯାଇଥିଲା। ସେଠାରେ ୩ ପୁଅ ବିଦ୍ୟାଧର,ବିଜୟ,ଦିଲ୍ଲୀପ,ଦୁଇ ବୋହୁ ଝିଅ ଗିତାଞ୍ଜଳି, ରୀତାଞ୍ଜଳି, ନାତି,ନାତୁ ଣୀ ଓ ଆତ୍ମୀ୍ୟସ୍ବଜନ ଉପସ୍ଥିତ ଥିବାବେଳେ ପ୍ରତାପୁର ଗ୍ରାମ ସ୍ତିତ ତୁମ୍ବେଶ୍ବର ମହାଦେବଙ୍କ ଉତ୍ତରବାଙ୍କ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ପୁଅ ବିଜୟ ମୂଖାଗ୍ନୀ ଦେଇଥିଲେ।