ବରିଷ୍ଠ ସାମ୍ବାଦିକ ପ୍ରତାପ କେଶରୀ ସିଂ ସମ୍ବର୍ଦ୍ଧିତ

ବ୍ରଜରାଜନଗର: ଝାରସୁଗୁଡା ଜିଲା ବ୍ରଜରାଜନଗର ଅଂଚଳର ବର୍ଷିଆନ ସାମ୍ବାଦିକ ପ୍ରତାପ କେଶରୀ ସିଂହଙ୍କୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଶନିବାର ବାରବାଟୀ ଷ୍ଟାଡିଅମ ଓସିଏ ସମ୍ମିଳନୀ କକ୍ଷରେ କଟକ ସାମ୍ବାଦିକ ୟୁନିୟନର ଦ୍ୱାବିଂଶ ଦ୍ବି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ପ୍ରତାପ କେଶରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୀର୍ଘ ୩୫ ବର୍ଷ ଧରି ବିଭିନ୍ନ ଖବର କାଗଜରେ କାର୍ୟ୍ୟକରି ସେ ଜଣେ ଅଭିଜ୍ଞ, ଦକ୍ଷ ଓ ସଫଳ ସାମ୍ବାଦିକ ଭାବେ ବେଶ ପରିଚିତ।

ବର୍ଷ ବର୍ଷ ଧରି ଅଂଚଳର ଏକ ଜାଗ୍ରତ ପ୍ରହରୀ ଭାବେ ସାମ୍ବାଦିକ ପ୍ରତାପ କେଶରୀ ଲୋକଙ୍କ ସମସ୍ୟା ଗୁଡିକ ଖବର କାଗଜରେ ଉତଥାପନ କରି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ସାମାଜିକ ଗଣମାଧ୍ୟମରେ ସାମ୍ବାଦିକ ପ୍ରତାପ କେଶରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ସାମ୍ବାଦିକ ମହଲରେ ଖୁସିର ଲହର ଖେଳି ଯାଇଥିବା ସହିତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଛୁଙ୍କ ବାର୍ତ୍ତାର ସୁଅ ଛୁଟୁଛି।

Comments are closed.