ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ଆନୁକୂଲ୍ୟରେ ଆଜି ଆନ୍ତର୍ଜତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜରାନିବାସଠାରେ ଅନୁଷ୍ଠିତ ଉକ୍ତ କାର୍ୟ୍ୟକ୍ରମରେ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସଂପାଦକ ଉତ୍ସବ ଚନ୍ଦ୍ର ଜେନା, ସହ ସଂପାଦକ ରବିନ୍ଦ୍ର କୁମାର ପଣ୍ଡା, ସ୍ୱେଚ୍ଛାସେବୀ ଓ କର୍ମୀ ଅଶୋକ ଦିଗାଲ, ରୋହିତ ମହାରଣା ପ୍ରମୁଖ ଯୋଗଦେଇ ଏହି ଦିବସର ଉଦ୍ଦେଶ୍ୟ ଓ ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିବା ସହିତ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ କରୋନା ମହାମାରି ଉପରେ ସଚେତନ କରାଯାଇଥିଲା। ପ୍ରାରମ୍ଭରେ ସଦସ୍ୟ ବିଶ୍ୱଜିତ୍‍ ଜେନା ସ୍ୱାଗତ କରିଥିବା ବେଳେ ମାଧବ ଗମାଙ୍ଗ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.