ବିଶ୍ୱ ବରିଷ୍ଠ ନାଗରିକ ଦିବସ; ସାମାଜିକ ସୁରକ୍ଷା ଓ ପେନସନ୍‍କୁ ନେଇ ଆଲୋଚନା ଚକ୍ର

ଭୁବନେଶ୍ୱର:  ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ହେଲ୍ପଏଜ୍ଇଣ୍ଡିଆ ତଥା ସିଫାର ଦ୍ୱାରାସାମାଜିକ ସୁରକ୍ଷା ପେନସନ୍‍’ ବିଷୟକୁ ନେଇ ମଙ୍ଗଳବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀମତୀ ବ୍ରତତୀ ହରିଚନ୍ଦନ (ନିର୍ଦ୍ଦେଶିକା ସାମାଜିକ ସୁରକ୍ଷା ବିଭାଗ), ଶ୍ରୀ ରାଜ କିଶୋର ମିଶ୍ର (ଖାଦ୍ୟ ସୁରକ୍ଷା ଅଭିଯାନ), ଶ୍ରୀମତୀ ଭାରତୀ ଚକ୍ର (ରାଜ୍ୟଶାଖା ମୁଖ୍ୟ), ହେଲ୍ପ ଏଜ ଇଣ୍ଡିଆ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ

ଶ୍ରୀମତୀ ଭାରତୀ ଚକ୍ର ଭାରତର ବିଭିନ୍ନ ରାଜ୍ୟରେ ସାମାଜିକ ସୁରକ୍ଷା ପେନସନ୍ ସ୍ଥିତି ପ୍ରସ୍ତୁତ କରିବା ସହ ଓଡିଶାରେ ପେନସନ୍ପାଉଥିବା ଲୋକଙ୍କର ସମସ୍ୟା ଓ ପେନସନ୍ ପାଉଥିବା ଲୋକଙ୍କ ସମସ୍ୟା ବାବଦରେ ବୈଠକରେ ଆଲୋଚନା କରିଥିଲେ । ଏହା ସହ ସମସ୍ତ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ପେନସନରେ ଯୋଡିବାକୁ ପେନସନ୍ ପରିମାଣ ବଢାଇବାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଦାବି ଉପସ୍ଥାପନ କରିଥିଲେ। ଶ୍ରୀ ରାଜକିଶୋର ମିଶ୍ର ସାରା ରାଜ୍ୟରେ ଖାଦ୍ୟସୁରକ୍ଷା ତଥା ସାମାଜିକ ସୁରକ୍ଷା ପେନସନର ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ଶ୍ରୀମତୀ ବ୍ରତତୀ ହରିଚନ୍ଦନ ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ ହେଉଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟ ସରକାରଙ୍କର ଅସହାୟ ଲୋକଙ୍କ ପାଇଁ ସାମାଜିକ ସୁରକ୍ଷାର ପ୍ରତିବଦ୍ଧତା ବାବଦରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ସର୍ବଦା ଲୋକାଭିମୁଖୀ କାର୍ଯ୍ୟ ଦିଗରେ ତତ୍ପର ଅଛନ୍ତି ବୋଲି ସେ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ  ଦାସ, ଷ୍ଟେଟ୍ପ୍ରୋଗ୍ରାମ ମ୍ୟାନେଜର୍‍, ହେଲ୍ପ ଏଜ ଇଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ସାମାଜିକ ପ୍ରତିଷ୍ଠାନ, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟବୃନ୍ଦ ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ

Comments are closed.