ଘରେ ରହି ଭୋଟ୍‍ ଦେଲେ ୬୩ଜଣ ବୟସ୍କ ଓ ଭିନ୍ନକ୍ଷମ

ପିପିଲି: ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୭ ଦିନ ବାକି ରହିଥିବା ବେଳେ ଆଜି ୬୩ଜଣ ୮୦ବର୍ଷରୁ ଉର୍ଦ୍ଧ ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତି ପୋଷ୍ଟାଲ ବାଲାଟ ମାଧ୍ୟମରେ ଘରେ ରହି ମତଦାନ କରିଛନ୍ତି । ପିପିଲି ବ୍ଲକର ୨୫ଟି ପଞ୍ଚାୟତ ଓ ଏନ୍‍ଏସିରେ ଏହି ବର୍ଗରେ ଥିବା ୩୬୫ଜଣ ଭୋଟର ପୋଷ୍ଟାଲ ବାଲାଟ୍‍ରେ ଭୋଟ୍‍ ଦେବାକୁ ସମ୍ମତି ଜଣାଇଥିଲେ । ତେବେ, ନିର୍ବାଚନ ସ୍ଥଗିତ ହେବା ପୂର୍ବରୁ ମେ ୩ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଏହି ବର୍ଗର ୬୯ ଜଣଙ୍କ ମଧ୍ୟରୁ ୬୩ଜଣ ଭୋଟର ମତଦାନ କରିଥିଲେ । ପୁନର୍ବାର ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି ରହିଥିବା ଅନ୍ୟଭୋଟରଙ୍କ ମଧ୍ୟରୁ ଆଜି ପ୍ରଥମ ଦିନରେ ୮୦ଜଣଙ୍କ ମଧ୍ୟରୁ ୬୩ଜଣ ମତଦାନ କରିଥିବା ବେଳେ କେତେକ ଭୋଟରଙ୍କ ପରଲୋକ ଘଟିଥିବା ଓ ଅନ୍ୟକେତେକ ଅସୁସ୍ଥତା କାରଣରୁ ଭୋଟ୍‍ ଦେଇ ପାରିନଥିବା ସୂଚନା ମିଳିଛି । ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲିରେ ୩ଟି ପୁଲିଂ ଟିମ୍‍ ଆଜି ସେମାନଙ୍କ ଘରକୁ ଯାଇ ଭୋଟିଂ କରାଇଥିଲେ ।

 

ବିଡିଓ ରଶ୍ମିତା ନାଥଙ୍କ ସମେତ ପ୍ରତ୍ୟେକ ଅଞ୍ଚଳର ସେକ୍ଟର ଅଫିସର, ବିଏଲ୍‍ଓଙ୍କ ଉପସ୍ଥିତିରେ ଏହି ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ବେଳେ ଏବିଡିଓ ଶୈଳବାଳା ତ୍ରିପାଠୀ, ବ୍ଲକ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର ନାଥ ଦାଶ, ଜିପିଇଓ ଗାୟତ୍ରୀ ପଣ୍ଡା, ନିର୍ବାଚନ ଦାୟିତ୍ୱରେ ଥିବା ହରିଶ୍ଚନ୍ଦ୍ର ପତି ପ୍ରମୁଖ ଏହାକୁ ପରିଚାଳନା କରୁଥିବା ସୂଚନା ମିଳିଛି ।

 

Comments are closed.