ରେକର୍ଡସ୍ତରରେ ସେନସେକ୍ସ ଏବଂ ନିଫ୍ଟି

0

ନୂଆଦିଲ୍ଲୀ : ସେୟାର ବଜାରରେ ବ୍ୟାଙ୍କିଂ ଏବଂ ଟେଲିକମ୍‍ କମ୍ପାନୀଗୁଡ଼ିକର ଭଲ କାରବାର ଯୋଗୁଁ ସୋମବାର ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ) ସେନସେକ୍ସ ୧୩୫.୭୩ ପଏଣ୍ଟ ବୃଦ୍ଧି ସହ ନୂଆ ରେକର୍ଡସ୍ତରରେ ବନ୍ଦ ହୋଇଛି। ସେନ୍‍ସେକ୍ସ କାରବାର ମଝିରେ ୩୭,୭୧୧.୮୭ ପଏଣ୍ଟର ରେକର୍ଡ ଭାଙ୍ଗି ସର୍ବୋଚ୍ଚସ୍ତର ୩୭,୮୦୫.୨୫ ପଏଣ୍ଟରେ ପହଞ୍ଚିଥିଲା। ମାତ୍ର କାରବାର ଶେଷ ବେଳକୁ ଏହା ଖସି ଆସି ୩୭,୬୯୨.୨୫ ପଏଣ୍ଟରେ ବନ୍ଦ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍‍ ବ୍ୟାଙ୍କ କାରବାର ସକରାତ୍ମକ ହୋଇଛି। ଏହାସହ ସେନସେକ୍ସ ନୂଆ ରେକର୍ଡ ସୃଷ୍ଟି କରିଛି। ୩୦ ସେୟାର ମଧ୍ୟରୁ ୧୭ଟି ସେୟାର କାରବାରରେ କ୍ଷତି ଘଟିଛି।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଚ (ନିଫ୍ଟି) ୨୬,୩୦ ପଏଣ୍ଟ ବୃଦ୍ଧି ପାଇ ସର୍ବୋଚ୍ଚସ୍ତର ୧୧,୩୮୭.୧୦ ପଏଣ୍ଟରେ ରହିଛି। ଏହା ପୂର୍ବରୁ ଶୁକ୍ରବାର ନିଫ୍ଟି ୧୧,୩୬୦.୮୦ ପଏଣ୍ଟରେ ପହଞ୍ଚି ରେକର୍ଡ ସୃଷ୍ଟି କରିଥିଲା। ଉପଭୋକ୍ତା ସାମଗ୍ରୀ, ଧାତୁ ଏବଂ ଯାନବାହାନ କମ୍ପାନୀ ସେୟାର କାରବାରରେ ବୃଦ୍ଧି ଯୋଗୁଁ ୫୦ ସେୟାର ବିଶିଷ୍ଟ ନିଫ୍ଟି କାରବାର ମଝିରେ ୧୧,୪୨୭.୬୫ ପଏଣ୍ଟସ୍ତରରେ ପହଞ୍ଚି ଯାଇଥିଲା। ଦଲାଲଙ୍କ କହିବା ଅନୁସାରେ ଘରୋଇ ବଜାରରେ ନିବେଶ ବୃଦ୍ଧି, ପ୍ରମୁଖ କମ୍ପାନୀଗୁଡ଼ିକର ଜୁନ୍‍ ତ୍ରୈୟମାସରେ ଆଶାତୀତ ଆୟ ଯୋଗୁଁ ନିବେଶକମାନେ ସେୟାର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ସେୟାର ବଜାର କାରବାର ଭଲ ହୋଇଛି।

Leave A Reply