ଗୋପାଳପୁର ମହାବିଦ୍ୟାଳୟରେ ଆଲୋଚନାଚକ୍ର

ଗୋପାଳପୁର: ଗୋପାଳପୁର କଲେଜରେ ଆଜି ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଡ..ରାମ ପ୍ରସାଦ ପଣ୍ଡା ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବସର ପ୍ରାପ୍ତ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଗୀତାଞ୍ଜଳୀ ମିଶ୍ର ଯୋଗ ଦେଇଥିବା ବେଳେ କଲେଜର ଅଧ୍ୟକ୍ଷ ଡ.ବିପ୍ର ଚରଣ ମହାଙ୍କୁଡ଼, ସମ୍ମାନୀତ ଅତିଥି ଭାବେ ଡ. ପିତାମ୍ବର ବିଷୋୟୀ,ଡ. ସୁଚିତ୍ରା ବେହେରା ପ୍ରମୁଖ ‘ବିଜ୍ଞାନ ମନ୍ୟୁଷ୍ୟ ମସ୍ତିସ୍କର ଉନ୍ନତି କରେ’ ଉପରେ ଆଲୋଚନା କରିଥିଲେ। ଏହାପରେ ଛାତ୍ରୀ ସ୍ନେହାଞ୍ଜଳି ବିଶ୍ବାଳ, ଆଲିଶା ପଣ୍ଡା, ଡବ୍ଲ୍ୟୁ ଚନ୍ଦନା ନିଜ ନିଜ ସନ୍ଧର୍ଭ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ.ରାମ ଚନ୍ଦ୍ର ଜେନା, ଡ.ରଞ୍ଜିତ କୁମାର ଦାଶ, ଡ.ପ୍ରଦୀପ୍ତ ପଟନାୟକ, ଆଶୁତୋଷ ଷଡ଼ଙ୍ଗୀ, ଡ.ମାନସ ରଞ୍ଜନ ମହାପାତ୍ର, ଜି.ଗଣେଶ, ଏ. ବ୍ରହ୍ମଚାରି ଦୋରା, ଇ. ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ବି. ଗଜପତି ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.