ଆଶ୍ରୟ ଗୃହରେ ଶିଶୁ ନିର୍ଯାତନା ପ୍ରସଙ୍ଗ ; ରିପୋର୍ଟ ମାଗିଲା ଏନସିପିସିଆର

0

ନୂଆଦିଲ୍ଲୀ : ଢ଼େଙ୍କାନାଳ ବୋଲଟିକିରି ଆଶ୍ରୟ ଗୃହରେ ଶିଶୁଙ୍କୁ ନିର୍ଯାତନା ଦିଆଯିବା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର) ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କୁ ରିପୋର୍ଟ ମାଗିଛନ୍ତି। ଘଟଣା ସଂପର୍କରେ ସବିଶେଷ ତଥ୍ୟ ବୁଧବାର ସଂଧ୍ୟା ସୁଦ୍ଧା ଜଣାଇବା ପାଇଁ ଏନସିପିସିଆର ପକ୍ଷରୁ କୁହାଯାଇଛି। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ରିପୋର୍ଟ ମିଳିବା ପରେ ଏନସିପିସିଆର ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରିବାର ସମ୍ଭାବନା ରହିଛି। ଦେଶରେ ଶିଶୁଙ୍କ ପ୍ରତି ନିର୍ଯାତନାକୁ ଏନସିପିସିଆର ଆଦୌ ବରଦାସ୍ତ କରିବ ନାହିଁ ବୋଲି ଅଧ୍ୟକ୍ଷ ଡକ୍ଟର ପ୍ରିୟଙ୍କ କାନୁନଗୋ କହିଛନ୍ତି। ଢ଼େଙ୍କାନଳାର ଏହି ପ୍ରସଙ୍ଗ ଗଣମାଧ୍ୟମରୁ ଜାଣିବାକୁ ପାଇଛୁ। ଏଭଳି ଘଟଣାରେ ଦୋଷୀ କିପରି ଦଣ୍ଡ ପାଇବେ ସେଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଡକ୍ଟର କାନୁନଗୋ ଜଣାଇଛନ୍ତି।

Leave A Reply