ଜାଗା ସହ ଆବାସ ଗୃହ ପ୍ରଦାନ ପାଇଁ ମହିଳାଙ୍କ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ମନା ପଡ଼ା ଗ୍ରାମର କେନାଲ ପଡାରେ ରହୁଥିବା କିଶୋର ତପନଙ୍କ ସ୍ତ୍ରୀ ବଜନ୍ତି ତପନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଏବଂ ଦାବି ପୁରଣ ନ ହେଲେ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି। ବଜନ୍ତି ତପନଙ୍କ କହିବା ଅନୁଯାୟୀ ସେ ତାଙ୍କ ପରିବାର ସହ ଉକ୍ତ ସ୍ଥାନରେ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେବ ସ୍ଥାୟୀ ବାସିନ୍ଦା ଭାବରେ ରହି ଆସୁଛନ୍ତି। ସେମାନେ ଆଦିବାସୀ ସମ୍ପ୍ରଦାୟର ଲୋକ। ଆଜିଯାଏଁ ତାଙ୍କୁ ସରକାରଙ୍କ ଜାଗା ମିଶନ ଯୋଜନାରେ ସାମିଲ କରାଯାଇ ନାହିଁ। ଅନେକ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇ ଥିଲେ ସୁଦ୍ଧା ଏମିତିକି ସେ ଅନେକ ଥର ଲିଖିତ ତଥା ମୌଖିକ ଆକାରରେ ଅତାବିରା ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନାହାନ୍ତି।

Comments are closed.