୨ଟି ପାୱାରଟିଲର ଜବତ, ୪୦ ହଜାର ଟଙ୍କା ଜୋରିମାନା ଆଦାୟ

ବେଗୁନିଆ : ବେଗୁନିଆ ତହସିଲ ଅଂଚଳରେ ପଥର ମାଫିଆ ମାନେ ରାତି ଅଧିଆ ପଥର କାଟି ବେଆଇନ ଭାବେ ପଥର ଚାଲାଣ କରୁଥିବାବେଳେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ଅତର୍କିତ ଚଢ଼ାଉ ଯୋଗୁଁ  ମାଫିଆ ମାନେ ପଥର ଚାଲାଣ କରିବା ପାଇଁ ଭୟ କରୁଛନ୍ତି ଫଳରେ ସେମାନେ ରାତି ଅଧିଆ ପଥର କାଟୁଥିବା ବେଳେ ତହସିଲଦାର ଶ୍ରୀ ମଣ୍ଡଳଙ୍କ ନିର୍ଦେଶରେ ବେଗୁନିଆ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ପତିତପାବନ ମହାପାତ୍ର ଏବଂ କୁରାଢିଲୋ ,ବେଗୁନିଆ ,ବାଘମାରୀ ଆର ଆଇ ସୁରେଶକୁମାର ପ୍ରଧାନ ,ବିଜୟକୁମାର ମାର୍ଥକ୍ଷ  ପ୍ରମୁଖ କୁଂଜୁରୀ ପଂଚାୟତ ଅନ୍ତର୍ଗତ ବରପଦକ୍ଷ ପଥର ଖଣିରେ ଚଢ଼ାଉ କରି ପଥର କାଟିବା ସମୟରେ ରଶ୍ମି ରଞ୍ଜନ ଜେନାଙ୍କର ୨ଟି ପାୱାର ଟିଲର ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ ପରେ ତାଙ୍କ ଠାରୁ ୪୦ ହଜାର ଟଙ୍କା ଜୋରିମାନା ଏବଂ ରେଡ଼କ୍ରସ ପାଇଁ ୨ହଜାର ଟଙ୍କା ଆଦାୟ କରାଯିବା ପରେ ପାୱାର ଟିଲର ଦୁଇଟିକୁ ଛାଡି ଦିଆଯାଇଛି

Comments are closed.