ମୂଲ୍ୟବାନ୍ ଚୋରୀ ସାମଗ୍ରୀ ଜବଦ : ଜଣେ ଗିରଫ

ଆରଡି : ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧିନସ୍ଥ ବୋଡକ ଗାଁରେ ଗତ ୪ଦିନ ତଳେ କେତେକଙ୍କ ଘରୁ ସୁନା ଅଳଙ୍କାର ସହ ଅନ୍ୟାନ ସାମଗ୍ରୀ ଚୋରୀ ହୋଇଥିଲା। ଏପରି ଅଭିଯୋଗ ପାଇବା ପରେ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବା ସହିତ ଚୋରକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିଲା। ଚୋରୀରେ ସମ୍ପୃକ୍ତ ଥିବା ବୋଡକ ଗାଁର ନିଲମ ମାଝୀକୁ ଶନିବାର ଧରିବାରେ ସଫଳ ହୋଇଥିଲା ପୁଲିସ। ଏପରିକି ତା’ ଠାରୁ ଚୋରୀ ହୋଇଥିବା ବହୁ ମୂଲ୍ୟର ସୁନା ଅଳଙ୍କାର ସହିତ ଅନ୍ୟାନ ସାମଗ୍ରୀ ଜବଦ କରିଥିଲା ପୁଲିସ। ଏବେ ଅଭୁଯୁକ୍ତକୁ ପୁଲିସ ଗିରଫ କରିବା ସହ ଅଧିକ ପଚରାଉଚରା ଚଳାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Comments are closed.