କଲେଜ କର୍ମଚାରୀଙ୍କ ଠାରୁ ବନ୍ଧୁକ ଜବତ

ଜଗତସିଂହପୁର : ଜଗତସିଂପୁର କଲେଜରେ ଜଣେ କର୍ମଚାରୀଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ଉକ୍ତ କଲେଜ କର୍ମଚାରୀ ଓ ଜଣେ ଛାତ୍ରକୁ ଏହି ଘଟଣା ପାଇଁ ସଦର ଥାନାରେ ଅଟକ ରଖାଯାଇଛି। କଲେଜ କର୍ମଚାରୀ ଜଣକ ଅଣ୍ଟାରେ ବନ୍ଧୁକ ରଖି ବୁଲୁଥିବାର ଅଭିଯୋଗ ହୋଇଥିଲା। କଲେଜରେ ଭୋଟ ଗଣତି ହେବାକୁ ଥିବାରୁ ସେଠାରେ ପୁଲିସ ତନାଘନା କରୁଥିବା ଜଣାପଡିଛି। ସେହି ସମୟରେ କଲେଜ କର୍ମଚାରୀ ଜଣକ ଧରାପଡିଛନ୍ତି।

Comments are closed.