ଲକ୍ଷାଧିକ ଟଙ୍କାର ବିସ୍ଫୋରକ ଜବତ, ଜଣେ ଗିରଫ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର ଲେଖନପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ବିସ୍ଫୋରକ ଜବତ ହୋଇଛି। ବେଆଇନ ବିସ୍ଫୋରକ କାରବାର ଅଭିଯୋଗରେ ପୁଲିସ ସେହି ଗ୍ରାମର ଗୌରାଙ୍ଗ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ପ୍ରାୟ ଦୁଇ ବର୍ଷ ହେବ ଗୌରାଙ୍ଗ ଆନ୍ଧ୍ରପ୍ରଦେଶର ଶିବକାଷି ଅଞ୍ଚଳରୁ ବିସ୍ଫୋରକ ଆଣି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ଗତ ଗୁରୁବାର ରାତିରେ ପୁଲିସ ଚଢାଉ କରି ବିସ୍ଫୋରକ ଜବତ କରିଥିଲା।

Comments are closed.