ସେହ୍ବାଗଙ୍କ ଆତ୍ମବିଶ୍ବାସ ଅତୁଳନୀୟ ଥିଲା : ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି ସାଥୀ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ। ସେହ୍ବାଗଙ୍କ ସଂପର୍କରେ ଟ୍ବିଟ୍ କରି ଲକ୍ଷ୍ମଣ ଦର୍ଶାଇଛନ୍ତି କ୍ରିକେଟ୍‌ ଖେଳୁଥିବା ବେଳେ ତାଙ୍କର ଆତ୍ମବିଶ୍ବାସ ଅତୁଳନୀୟ ଥିଲା। ସେହିପରି ସେହ୍ବାଗ ସର୍ବଦା ସକରାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଉଥିଲେ। ସେହ୍ବାଗ ଖେଳୁଥିବା ବେଳେ ବହୁ ଖ୍ୟାତନାମା ଦ୍ରୁତ ବୋଲର ଥିଲେ। ତେବେ ସେହ୍ବାଗ ସେମାନଙ୍କ ବୋଲିଂକୁ ଖାତିର ନ କରି ସର୍ବଦା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରୁଥିଲେ। ତାଙ୍କର ଏପରି ଗୁଣ ସେତେବେଳେ ଭାରତୀୟ ଦଳରେ ଥିବା ଅନ୍ୟ ଖେଳାଳିଙ୍କୁ ପ୍ରଭାବିତ କରୁଥିଲା। ସୂଚନାଥାଉକି ସେହ୍ବାଗ ଭାରତ ତରଫରୁ ୧୦୪ଟି ଟେଷ୍ଟ, ୨୫୧ଟି ଦିନିକିଆ ଓ ୧୯ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୮୫୮୬, ୮୨୭୩ ଓ ୩୯୪ ରନ୍ ସଂଗ୍ରହ କରିଥିଲେ।

Comments are closed.